ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ପଞ୍ଚାୟତ ବାରାହାପୁର ଗାଁରେ ମାଆ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ତେବେ ଆକ୍ରମଣ ନେଇ ଥାନରେ ଅଭିଯୋଗ ହୋଇଛି । ଏହି ଗାଁର ଅଙ୍କୁର ଘୋଷ ଓ ତାଙ୍କ ମା ରେବତୀ ଘୋଷ ଘରେ ଥିବାବେଳେ ତାଙ୍କୁ ଆକ୍ରମଣ ହୋଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରେବତୀ ବାହାରକୁ ପରିସ୍ରା କରିବା ପାଇଁ ଉଠିଥିବାବେଳେ ଏହି ସୁଯୋଗରେ ଦୁର୍ବୃତ୍ତ ରେବତୀଙ୍କୁ ଆକ୍ରମଣ କରି ଘରକୁ ପଶିବାକୁ ଉଦ୍ୟମ କରିଥିଲେ । ଏପଟେ ପୁଅ ଅଙ୍କୁର ବିରୋଧ କରିବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ରେବତୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ପରେ କଟକ ମେଡ଼ିକାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ