ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - hanging

ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବହାନଗା ବଜାରରେ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 11, 2019, 5:59 PM IST

ବାଲେଶ୍ବର: ସୋର ଥାନା ଅନ୍ତର୍ଗତ ବହାନଗା ବଜାରରେ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର । ଯୁବକ ଜଣକ ହେଲେ ନୀଳଗିରି ଥାନା କାହାଳିଆ ଗାଁର ସୁମନ୍ତ ବିନ୍ଧାଣି । ଛାତର ଉପର ତାଲାକୁ ଯିବାପାଇଁ ଥିବା ଏକ ଲୁହା ସିଡିରେ ସୁମନ୍ତଙ୍କୁ ବେକରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଅନୁସାରେ, ସୁମନ୍ତ ବିନ୍ଧାଣି ଆଜକୁ ଆଠ ବର୍ଷ ଧରି ବାହାନଗା ବଜାରରେ ଥିବା ତାରିଣୀ ସାଇକେଲ ଦୋକାନରେ ମିସ୍ତ୍ରୀ ଭାବେ କାମ କରୁଥିଲେ । କିଛିଦିନ ତଳେ ସାଇକେଲ ଦୋକାନର ମାଲିକ ଶ୍ରୀନିବାସ ବେହେରାଙ୍କ ସହିତ ସୁମନ୍ତଙ୍କର ଝଗଡା ହୋଇଥିଲା । ଏହାକୁ ନେଇ ସୁମନ୍ତ କାମ ଛାଡି ଘରକୁ ପଳେଇଥିଲେ । ସୁମନ୍ତଙ୍କୁ ଘରୁ ବୁଝାସୁଝା କରି ଶ୍ରୀନିବାସ ଆଣି ପୁଣି କାମରେ ରଖିଥିଲେ ।

ହେଲେ ଶନିବାର ହଠାତ ସୁମନ୍ତଙ୍କ ମୃତ ଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାକୁ ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏନେଇ ସୁମନ୍ତର ଭାଇ ଶ୍ରୀକାନ୍ତ ବିନ୍ଧାଣି ସୋର ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.