ବାଲେଶ୍ୱର: ସହର ତଥା ଆଖପାଖ ହାଟ ବଜାରରେ ଦିନକୁ ଦିନ ଛିନତାଇ, ରାହାଜାନି, ହତ୍ୟା ତଥା ଡ୍ରଗ୍ସ କାରବାର ଓ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରବଦ୍ରଷ୍ଟା ସାଜି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି । ଗତ ଉପନିର୍ବାଚନ ଠାରୁ ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ଦାୟିତ୍ୱ ନେବା ପରେ ୨୭ରୁ ଅଧିକ ମର୍ଡର, ଶହସ୍ରାଧିକ ମୋବାଇଲ ଓ ସୁନା ଚେନ୍ ଓ ଏ.ଟି.ଏମ୍ ଲୁଟ ପ୍ରଭୃତି ଘଟଣାରେ ପୋଲିସ ଅପରାଧିଙ୍କୁ ଧରି ନପାରିବା ହେତୁ ପୋଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ମାତ୍ରାଧିକ ଅପରାଧିକ ଘଟଣାକୁ ଦେଖି ବିଜେପି ପକ୍ଷରୁ ଆଇ.ଜି ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ମଧ୍ୟ ପୋଲିସର ନିଦ ଭାଙ୍ଗୁନି । ଏଥିପାଇଁ ଆସନ୍ତା 16 ତାରିଖ ବାଲେଶ୍ଵର ବନ୍ଦରେ BJP ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ସହ ବାଲେଶ୍ଵରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିବ ।