ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ଟାର୍ଗେଟ, ନକଲି ବିକାଶ କରାଯାଉଥିବା ଅଭିଯୋଗ

author img

By

Published : Dec 21, 2022, 10:07 PM IST

ଆସନ୍ତାକାଲି ବାଲେଶ୍ବର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବାଲେଶ୍ଵର ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ନକଲି ବିକାଶ କରାଯାଉଥିବା ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବର: ଆସନ୍ତାକାଲି ବାଲେଶ୍ବର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପୋଲିସ ଲାଇନ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ବାଲେଶ୍ଵର ସଦର ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ନକଲି ବିକାଶ କରାଯାଉଥିବା ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା ଓ ଅନେକ କାର୍ଯ୍ୟର ଶିଳାନ୍ୟାସ କରୁଥିବାବେଳେ ଏସବୁର ସଫଳ ରୂପାୟନ ହୋଇନଥିବା ସଦର ବିଜେପି ନେତା ମାନସ ଦତ୍ତ ଅଭିଯୋଗ କରିଛନ୍ତି । ସିଟି ବସ ଯୋଜନାରେ ପୁରୁଣା ବସ ଦେଇ ୭ କୋଟି ଟଙ୍କା ଆତ୍ମସାତ କରାଯିବା ଓ ବସଗୁଡିକ ଖତ ଖାଇବା ଭଳି ପରିସ୍ଥିତି ପାଇଁ ଦାୟୀ କିଏ ବୋଲି ବିଜେପି ପ୍ରଶ୍ନ କରିଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ମାନସ ଦତ୍ତ କହିଛନ୍ତି, "୧୨ ବର୍ଷ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବସଷ୍ଟାଣ୍ଡ ପ୍ରକଳ୍ପ ଏବେ ଯାଏଁ ଶୁଭାରମ୍ଭ ହୋଇନଥିବା ବେଳେ ଏବେ ପୋଲର ଉଦ୍ଘାଟନ କରି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ନେଉଛନ୍ତି ମୁଖ୍ୟମନ୍ତ୍ରୀ । କୃଷକଙ୍କ ପାଇଁ ଶୀତଳ ଭଣ୍ଡାର ଖୋଲିବା ଯେମିତି ପ୍ରହସନ ପାଲଟିଛି ସେମିତି ଶିଳ୍ପସଂସ୍ଥା ବୁଡିଯାଉଥିବାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ପରିବାର ଚଳାଇବା ପାଇଁ ରାଜରାସ୍ତାରେ ଅଛନ୍ତି । ଯେଉଁ ଶୋଭାରାମପୁର ବ୍ରିଜ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏତେ ତତ୍ପର, ସେହି ବ୍ରିଜର ସିଂହ ଭାଗ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି । ମାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ନଦେଇ ପୋଲର ଏକାକୀ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

ସେ କହିଛନ୍ତି, "ଶହଶହ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବାରମ୍ବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ ଦୋକାନୀ ଭାଇମାନଙ୍କ କଥା ସରକାର ବୁଝିଲେ ନାହିଁ । ସ୍ମାର୍ଟ ଭେଣ୍ଡିଂ ଜୋନ ନିର୍ମାଣ କରିବା ପ୍ରତିଶୃତି କେବଳ କଥାରେ ସୀମିତ ରହିଗଲା । ଆଜି ପର୍ଯ୍ୟନ୍ତ ଘରକୁ ଘର ପାଇପ ଯୋଗେ ପାନୀୟ ଜଳ ସୁବିଧା ପହଞ୍ଚି ପାରିଲା ନାହିଁ ।" ତେବେ ବାଲେଶ୍ବର ପୌରପାଳିକାରେ ପୂର୍ଣ୍ଣକାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଫାଙ୍କା ପଡିଥିବାବେଳେ କେବେ ପୂରଣ ହବ ବୋଲି ବିଜେପି ପ୍ରଶ୍ନ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ବାସ୍ତବରେ ଲୋକଙ୍କ ବିକାଶ କରନ୍ତୁ କିନ୍ତୁ ନକଲି ବିକାଶ ନାଁରେ ଡିଣ୍ଡିମ ପିଟିବା ବନ୍ଦ କରନ୍ତୁ ବୋଲି ମାନସ ଦତ୍ତ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.