ETV Bharat / state

'ଯୋଜନା ଆଳରେ ନିର୍ବାଚନୀ ଚାଲ ଚଲାଇଛି ବିଜେଡି'

ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ବଳକଷାକଷି । କେବଳ ସାଧାରଣ ନିର୍ବାଚନ ପାଇଁ । ଯୋଜନା ବଖାଣୁ ଥିବା ଶାସକ ଦଳକୁ ବିରୋଧୀ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମାଲୋଚନା କରିଛି ।

author img

By

Published : Mar 9, 2019, 11:46 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନଜରରେ 2019 ସାଧାରଣ ନିର୍ବାଚନ । ଏନେଇ ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ବଳକଷାକଷି । ଯୋଜନା ବଖାଣୁ ଥିବା ଶାସକ ଦଳ ଉପରକୁ କାଦୁଅ ପିଙ୍ଗୁଛି ବିରୋଧୀ । ସରକାରଙ୍କ ପ୍ରତିଶୃତି ଆଉ ଦୋଷ ଦୁର୍ବଳତାକୁ ନେଇ ବାଲେଶ୍ବରରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଏପରିକି କାଳିଆ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ନାଁ ତାଲିକା ନିର୍ଭୁଲ ଭାବେ ଦିଲ୍ଲୀ ପଠାଇବାକୁ ଆହ୍ବାନ ଦେଇଛି ବିଜେପି । ଋଣ ଭାରରେ ରାଜ୍ୟ ବୁଡିଥିବା ବେଳେ ମୁଖ୍ୟମନ୍ତ୍ରୀ ମିଥ୍ୟା ପ୍ରଚାରରେ ମାତିଛନ୍ତି ବୋଲି ବିଜେପି କହିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ, ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଯେବେଠାରୁ ପ୍ରେମରେ ପଡିଛନ୍ତି, ନିଜ ପ୍ରେମର ରଙ୍ଗରେ ସାରା ଦୁନିଆକୁ ରଙ୍ଗେଇ ଦେଇଛନ୍ତି । ଉଭୟ ନିଜ ରୋମାନ୍ସରେ ପ୍ରଶଂସକଙ୍କୁ ସର୍ବଦା ସରପ୍ରାଇଜ କରୁଥିବାବେଳେ ନିକ କିନ୍ତୁ ଏହି ବିବାହରୁ ଥରେ ଚିଡି ଯାଇଥିଲେ ବୋଲି ଜାଣନ୍ତି କି ?

ନିକ ଓ ପ୍ରିୟଙ୍କାଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ ହୋଇଥିବାବେଳେ ଉଭୟଙ୍କ ବିବାହ କାହାକୁ ବା ଅଛପା । ଉଭୟ ଗତବର୍ଷ ଡିସେମ୍ବରରେ ଯୋଧପୁରର ଉମୈଦ ଭବନରେ ପ୍ରଥମେ ଖ୍ରୀଷ୍ଟିୟାନ ବିଧିରେ ବିବାହ କରି ପରେ ହିନ୍ଦୁ ବିଧିରେ ବିବାହ କରିଥିଲେ । 

ନିକଟରେ ଏକ ସାକ୍ଷାତକାରରେ ନିକଙ୍କୁ ପଚରାଯାଇଥିଲା ଯେ ଏତେସାରା ବିବାହ ସେରିମୋନୀରୁ ସେ କେବେ ଭାବିଛନ୍ତି କି, ମୁଁ ଏହି ସେରିମୋନୀରୁ ଏବେ ତଙ୍ଗ ହୋଇସାରିଛି । ଆଉ ଏହାର ଉତ୍ତରରେ ସେ କହିଥିଲେ 'ହଁ ଯେବେ ମୁଁ ସବୁ ଖର୍ଚ୍ଚର ବିଲ ଦେଖିଥିଲି ।' 

ପ୍ରକାଶ ଥାଉକି, ନିକ ନିକଟରେ ଜୋନସ ବ୍ରଦର୍ସଙ୍କ ସହ ମ୍ୟୁଜିକ ଆଲବମ 'ସକର' ରିଲିଜ କରିଥିବାବେଳେ ପ୍ରିୟଙ୍କା ଆଣ୍ଡାମାନରେ ତାଙ୍କ ଅପକମିଂ ବଲିଉଡ ଫିଲ୍ମ 'ଦି ସ୍କାଏ ଇଜ ପିଙ୍କ'ର ସୁଟିଂରେ ବ୍ୟସ୍ତ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.