ETV Bharat / state

ଦିବଙ୍ଗତ ବିଧାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହି ଅଡୁଆରେ କୁନା ତ୍ରିପାଠୀ

author img

By

Published : Oct 29, 2020, 10:16 PM IST

Updated : Oct 29, 2020, 10:37 PM IST

ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ସାର୍ଥା ପଞ୍ଚାୟତରେ କୁନା ତ୍ରିପାଠୀ । ବିଜେଡି ଜନସଭାରେ ସେ ପୂର୍ବତନ ବିଧାୟତ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କୁ ଆକ୍ଷେପ କରି ଏବେ ଅଡୁଆରେ । ଅଧିକ ପଢନ୍ତୁ...

ଦିବଙ୍ଗତ ବିଧାୟକଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ଅଡୁଆରେରେ କୁନା ତ୍ରିପାଠୀ

ବାଲେଶ୍ଵର: ସଦର ନିର୍ବାଚନ ମଣ୍ଡଳୀର ସାର୍ଥା ପଞ୍ଚାୟତ ପଞ୍ଚମୀ ପଡ଼ିଆରେ ବିଜେଡି ଜନସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଜେଡି ନେତା କୁନା ତ୍ରିପାଠୀଙ୍କ ଏକ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଓ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି।

ଦିବଙ୍ଗତ ବିଧାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହି ଅଡୁଆରେରେ କୁନା ତ୍ରିପାଠୀ

କୁନା ତ୍ରିପାଠୀ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକଙ୍କୁ ଷ୍ଟ୍ରକଚର କହିବା ସହ ବିଜେଡି ପ୍ରାର୍ଥୀଙ୍କୁ ଟ୍ରାନ୍ସଫର୍ମର ବୋଲି କହିଛନ୍ତି । ଏହାସହ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ନାଁ ନ ନେଇ ବି ପୂର୍ବରୁ ପୋଡା ଟ୍ରାନ୍ସଫର୍ମର ଏଠାରେ ବସିଥିଲା ବୋଲି ଆକ୍ଷେପ କରିଛନ୍ତି । ଏଥିସହ ସେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିନାହାନ୍ତି ବୋଲି କୁନା ତ୍ରିପାଠୀ କଟାକ୍ଷ କରିଛନ୍ତି । ଏହାକୁ ନେଇ ରାଜନୀତି ଗରମ ହୋଇଛି । ବିରୋଧୀମାନେ ଏହି ବୟାନକୁ ନିନ୍ଦା କରିଛନ୍ତି।

ବିଜେଡି ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ବିଦ୍ୟୁତ ଶକ୍ତି ଆସୁଛି ହୀରାକୁଦରୁ । ଯାହା ଫଳରେ ଆମ ଘରେ ପଙ୍ଖା ଜଳୁଛି । ଆଉ ଯଦି ସିଧାସଳଖ ବିଦ୍ୟୁତ ଶକ୍ତି ହୀରାକୁଦରୁ ଆସିବ ତେବେ ଜଳିପୋଡି ସବୁ ଧ୍ବଂସ ହୋଇଯିବ । ଏଣୁ ଏହାକୁ ନିୟନ୍ତ୍ରଣ ପାଇଁ ଦରକାର ଟ୍ରାନ୍ସଫର୍ମର । ଏଣୁ ବିଦ୍ୟୁତ ଶକ୍ତି ଭଳି ଘର ଓ ଏଠାକାର ବିକାଶ ପାଇଁ ନବୀନ ବାବୁ ହୀରାକୁଦ ପାଲଟିଛନ୍ତି । କିନ୍ତୁ ଯଦି ଟ୍ରାନ୍ସଫର୍ମର ପୋଡା ପଡିଗଲେ ସବୁ ସରିଲା.. ଏଇ କିଛି ଦିନ ହେବ ଯେଉଁ ଟ୍ରାନ୍ସଫର୍ମର ଥିଲା ତାହା କାମ କଲେନି ବୋଲି ସବୁ ଭାଇ ଭଉଣୀ କହୁଛନ୍ତି । ତେବେ ଏବେ ନବୀନ ବାବୁ କହିଲେ ଗୋଟିଏ ନୂଆ ଟ୍ରାନ୍ସଫର୍ମ ଦେଉଛନ୍ତି । ସ୍ବରପ ଦାସଙ୍କୁ ଟ୍ରାନ୍ସଫର୍ମ ଭାବେ ଦେଇଛନ୍ତି । ଏହାର ଜଗାରଖା ଆପଣଙ୍କ ଦାୟିତ୍ବ ବୋଲି କହିଥିଲେ କୁନା ତ୍ରିପାଠୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 29, 2020, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.