ETV Bharat / state

ବାଲେଶ୍ଵର ସଦର ଉପନିର୍ବାଚନ; ଗଳିକନ୍ଦି ବୁଲୁଛନ୍ତି ବିଜେଡି ପ୍ରାର୍ଥୀ

author img

By

Published : Oct 20, 2020, 4:30 PM IST

ବାଲେଶ୍ଵର ସଦର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସହରର ଗଳି କନ୍ଦିରେ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ । ଅଧିକ ପଢନ୍ତୁ:

by-elections in Balasore
ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ

ବାଲେଶ୍ଵର: ଜୋରସୋରରେ ଚାଲିଛି ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେଡିର ପ୍ରଚାର ଅଭିଯାନ । ସହରର ଗଳି କନ୍ଦିରେ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ଯାହାକୁ ନେଇ ଆଜି(ମଙ୍ଗଳବାର) ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ମଧ୍ୟ ସହରର 4 ନଂ ୱାର୍ଡର ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ଵର ସଦର ଉପନିର୍ବାଚନ

ଏହି ସମୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ଇଟିଭି ଭାରତ ପ୍ରତିନିଧି ଭେଟିଥିଲେ । ଲୋକଙ୍କ ବିଜେଡି ଉପରେ ଭରସା ରହିଛି, ତେଣୁ ଜିତିବା ସୁନିଶ୍ଚିତ ବୋଲି ସ୍ବରୂପ କହିଛନ୍ତି। ଲୋକମାନଙ୍କ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଖୁସି ଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ୱାର୍ଡବାସୀଙ୍କୁ କୋରୋନା ଲକଡାଉନ ବେଳେ ବିଜେଡି ଖାଦ୍ୟ ଯୋଗାଇ ଥିବାରୁ ସେମାନେ ବିଜେଡିକୁ ଛାଡି ପାରିବେ ନାହିଁ ବୋଲି କହିଛନ୍ତି।

ୱାର୍ଡର ବିକାଶ ଏବଂ ଅଧୁରା କାର୍ଯ୍ୟ ପୂରଣ ପାଇଁ କର୍ମୀମାନେ ପ୍ରତିଶୃତି ଦେଇଛନ୍ତି। ସାଧାରଣ ଭୋଟରଙ୍କ ମନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର କରି ରହିଥିବା ପ୍ରାର୍ଥୀ ତଥା ଦଳୀୟ କର୍ମୀମାନେ କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.