ETV Bharat / state

କୁଷ୍ଠାଶ୍ରମରେ ଭାଗବତ ଗାନ, ଯୋଗ ଦେଲେ ରାଜ୍ୟର ବହୁ ରୋଗୀ

author img

By

Published : Feb 26, 2021, 7:22 PM IST

ବାଲେଶ୍ବର ଜିଲ୍ଲା ବମାପଦା କୁଷ୍ଠାଶ୍ରମରେ ଭକ୍ତିମୟ ପରିବେଶ । ରୋଗୀମାନଙ୍କୁ ମାନସିକ ସ୍ତରରେ ଶାନ୍ତି ଦେବାପାଇଁ କୁଷ୍ଠାଶ୍ରମରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନାମ ସଂକୀର୍ତ୍ତନ କରାଯାଇଥିବା ସୂଚନା ।

କୁଷ୍ଠାଶ୍ରମରେ ଭଗବତ ଗାନ, ଯୋଗଦେଲେ ରାଜ୍ୟର ବହୁ ରୋଗୀ

ବାଲେଶ୍ୱର: ବମାପଦା କୁଷ୍ଠାଶ୍ରମରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ନେଇ ଆଶ୍ରମ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କୁଷ୍ଠ ରୋଗରେ ପୀଡିତ ରୋଗୀମାନଙ୍କୁ ମାନସିକସ୍ତରରେ ଶାନ୍ତି ଦେବାପାଇଁ କୁଷ୍ଠାଶ୍ରମରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନାମ ସଂକୀର୍ତ୍ତନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସମେତ ଭୁବନେଶ୍ୱର, କଟକ, ତାଳଚେର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଆଦି ଜିଲ୍ଲାରୁ କୁଷ୍ଠରୋଗୀ ପୀଡିତମାନେ ସାମିଲ ହୋଇଛନ୍ତି । ସମସ୍ତ ରୋଗୀମାନେ ମିଳିତ ଭାବେ ଏକସ୍ୱରରେ ନାମ ସଂକୀର୍ତ୍ତନ କରିବା ସହ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଏକ ମହାମିଳନ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପିନ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.