ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ବ୍ଲକ ଅଫିସ ଘେରିଲେ ଯୋଗ୍ୟ ହିତାଧିକାରୀ - ବ୍ଲକ ଅଫିସ ଘେରିଲେ ଯୋଗ୍ୟ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବାଦ ପଡିଲେ ଯୋଗ୍ୟ ହିତାଧିକାରୀ । ସଦର ବ୍ଲକ ଘେରିଲେ ଶତାଧିକ ହିତାଧିକାରୀ । ଅଧିକ ପଢନ୍ତୁ

Beneficiaries protest in front of block office

author img

By

Published : Feb 9, 2023, 11:17 AM IST

Beneficiaries protest in front of block office

ବାଲେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଥମିବାର ନା ଧରୁନି ବିବାଦ । ତାଲିକା ପ୍ରକାଶ ପରେ ଚାରିଆଡେ ଜଳୁଛି ଅସନ୍ତୋଷର ନିଆଁ । ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବାରୁ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଘେରିଲେ ଶତାଧିକ ହିତାଧିକାରୀ । ଚଞ୍ଚକତା କରି ଦଳୀୟ ଭିତ୍ତିରେ ଆବାସ ଗୃହ ଯୋଗାଇ ଦିଆଯାଉଥିବା ଅଭିଯୋଗ ଆଣିଲେ ବିକ୍ଷୋଭକାରୀ ।

କେନ୍ଦ୍ର ସରକାର ବାରମ୍ବାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି । ଯାହା ଫଳରେ ଯୋଗ୍ୟ ବ୍ୟକ୍ତି ଯୋଜନାରୁ ବଞ୍ଚିତ ହୋଇ ସଦର ବ୍ଲକର 26ଟି ପଞ୍ଚାୟତରେ ପ୍ରାୟ 17 ହଜାରରୁ ଅଧିକ ହିତାଧିକାରୀ ଥିବା ବେଳେ ମାତ୍ର 9 ହଜାର ଲୋକଙ୍କୁ ଆବାସ ଗୃହ ଯୋଗାଇ ଦିଆଯାଇଛି । ଯାହାକୁ ବିରୋଧ କରି ଗତକାଲି ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଯୋଗ୍ୟ ହିତାଧିକାରୀ ।

ଯେଉଁମାନଙ୍କୁ ଘର ଯୋଗାଇ ଦିଆଯାଉଛି ସେମାନଙ୍କ ନାଁ ଦଳୀୟ ଭିତ୍ତିରେ ଚୟନ କରାଯାଇଥିବା ଅଭିଯୋଗ କରିଛନ୍ତି ଯୋଗ୍ୟ ହିତାଧିକାରୀ । ଏଥିସହ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କାହିଁକି ପ୍ରକାଶ ପାଇଲା ନାହିଁ ସେନେଇ ସ୍ଥାନୀୟ ସରପଞ୍ଚ ମାନଙ୍କୁ ପଚାରିବାରୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିବା କହିଛନ୍ତି ବିକ୍ଷୋଭକାରୀ । ଏମିତି କି କିଛି ଯୋଗ୍ୟ ହିତାଧିକାରୀମାନଙ୍କ ନାମ ଆବାସ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ ଥିବା ବେଳେ ସେମାନଙ୍କ ନାମ ପରବର୍ତ୍ତୀ ସମୟରେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି ।

ତୁରନ୍ତ ଏ ଦିଗରେ ଯତ୍ନବାନ ହୋଇ ଯୋଗ୍ୟ ହିତାଧିକାରୀମାନଙ୍କ ନାମ ତଦନ୍ତ କରାଯାଇ ଅନ୍ତର୍ଭୁକ୍ତ କରାଇବା ପାଇଁ ଦାବି ହୋଇଛି । ବିକ୍ଷୋଭ ପ୍ରଦର୍ଶନ ପରେ ଏକ ଦାବିପତ୍ର ବିଡ଼ିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରର ଜନ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।

କିଛିଦିନ ପୂର୍ବେ ପ୍ରକୃତ ହିତାଧିକାରୀ ହୋଇ ଆବାସ ଯୋଜନାରୁ ବଞ୍ଚିତ ହେଉଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବାଲେଶ୍ୱର ଜିଲ୍ଲା ଦହପଡ଼ା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଶେଖ ସୁରୁ, ଶେଖ ନୁରୁ । ଦୀର୍ଘଦିନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ମଧ୍ୟ ତାଲିକା ପ୍ରକାଶ ପାଇବା ପରେ ସେମାନଙ୍କୁ ଯୋଜନାରେ ସାମିଲ କରାଯାଇନଥିବା ଜାଣିବାକୁ ପାଇଥିଲେ । ଏନେଇ ଉଭୟ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ ପାଇଁ ଦାବି ଜଣାଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.