ETV Bharat / state

ଟ୍ରାଫିକ ନିୟମ ଭାଙ୍ଗୁଛି ପୋଲିସ, ଭିଡିଓ ଭାଇରାଲ....

author img

By

Published : Sep 9, 2019, 3:03 PM IST

ବାଲେଶ୍ଵର ସହରର ଏଡିଏମ ଛକ ନିକଟରେ 2ଜଣ ମହିଳା ପୋଲିସ ସହ ଜଣେ ପୁରୁଷ ପୋଲିସ ଗୋଟିଏ ବାଇକରେ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ଟ୍ରାଫିକର ନୂଆ ଆଇନ ଲାଗୁ ହେବା ପରେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡିଚାଳକଙ୍କ ଠାରୁ ଅଧିକ ଟଙ୍କା ଜରିମାନା ନେବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଜନତା ମଧ୍ୟ କମ ନୁହଁନ୍ତି । ବର୍ତ୍ତମାନ ପୋଲିସ ଏହି ନିୟମକୁ କେତେଦୂର ପାଳନ କରୁଛି ତାହାକୁ ମଧ୍ୟ ନଜର ରଖୁଛନ୍ତି ଲୋକେ । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ବାଲେଶ୍ବରରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ବାଲେଶ୍ଵର ପୋଲିସ କରିଥିଲା ଜୋରଦାର ଚେକିଂ । ହେଲେ ଖୋଦ ପୋଲିସ ନିୟମ ଭାଙ୍ଗିବାରେ ଲୋକଙ୍କୁ ବି ବଳି ଯାଇଥିବା ଦେଖିବାକୁ ମିଳିଛି । ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସହରର ଏଡିଏମ ଛକ ନିକଟରେ 2ଜଣ ମହିଳା ପୋଲିସ ସହ ଜଣେ ପୁରୁଷ ପୋଲିସ ଗୋଟିଏ ବାଇକରେ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିୟମ ଭଙ୍ଗ କରିଥିବା ପୋଲିସଙ୍କଠାରୁ କେଉଁ ପ୍ରକାର ଜରିମାନା ଆଦାୟ କରାଯିବ ତାହା ଉପରେ ସମସ୍ତଙ୍କ ନଜର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ବାଲେଶ୍ଵର ପୋଲିସ କରିଥିଲା ଜୋରଦାର ଚେକିଂ। ହେଲେ ଖୁଦ ପୋଲିସ ନିୟମ ଭାଙ୍ଗିବାରେ ଲୋକଙ୍କୁ ବି ବଳି ଯାଇଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସହରର ଏଡିଏମ ଛକ ନିକଟରେ 2ଜଣ ମହିଳା ପୋଲିସ ସହ ଜଣେ ପୁରୁଷ ପୋଲିସ ଗୋଟିଏ ବାଇକରେ ଯାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିୟମ ଭଙ୍ଗ କରିଥିବା ପୋଲିସଙ୍କ ଠାରୁ କେଉଁ ପ୍ରକାର ଜରିମାନା ଆଦାୟ କରାଯିବ ତାହା ଉପରେ ସମସ୍ତଙ୍କ ନଜର।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.