ETV Bharat / state

ମହାବିଦ୍ୟାଳୟରେ ମହାଭାରତ, 3 ଛାତ୍ର ଗୁରୁତର

କଲେଜରେ ଚାଲିଥିଲା ପାଠପଢା । ହଠାତ ଚାଲିଲା ଖଣ୍ଡଯୁଦ୍ଧ । ଛାତ୍ର ଅଣଛାତ୍ର ଝଗଡାରୁ ଚାଲିଲା କଲେଜ କ୍ୟାମ୍ପସ ରଣକ୍ଷେତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 19, 2019, 5:59 PM IST

Updated : Aug 19, 2019, 8:54 PM IST

ବାଲେଶ୍ବର: କଲେଜ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ନିର୍ଘାତ ମାରିଲେ ଅଣଛାତ୍ର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସୋର ଉପେନ୍ଦ୍ରନାଥ କଲେଜରେ । ବାଲେଶ୍ବର ଜିଲ୍ଲା ସୋର ଉପେନ୍ଦ୍ରନାଥ କଲେଜରେ ଅଣଛାତ୍ରଙ୍କ ଆକ୍ରମଣରେ 3ଜଣ ଛାତ୍ର ଗୁରୁତ୍ବର ଆହତ ହୋଇଥିବା ବେଳେ ଅନ୍ୟ 3ଜଣ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି । ଗତ କିଛିଦିନ ଧରି କୌଣସି ଘଟଣାକୁ ନେଇ କଲେଜ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ବଚସା ଲାଗି ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଉ ଆଜି ଏହି ବଚସା ଭୟଙ୍କର ରୂପ ଧାରଣ କରିଥିଲା । ଆଜି ଦୁଇ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ବେଳେ ତିନି ଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ରହିଥିଲେ । ଏହି ସମୟରେ କିଛି ଅଣଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ ମାରିଥିଲେ । ଏହି ଆକ୍ରମଣରେ 3 ଜଣ ଯୁକ୍ତତିନି ଛାତ୍ର ଭବାନୀ ଶଙ୍କର ଯେନା, ସୌରଭ ବେହେରା ଓ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ଆଗକୁ କଲେଜ ନିର୍ବାଚନ ଥିବାରୁ ଅଣଛାତ୍ରଙ୍କ କଲେଜ ଭିତରକୁ ଅବାଧ ପ୍ରବେଶକୁ ବିରୋଧ କରିଛି ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହାସହ ଆଗକୁ କଲେଜ ନିର୍ବାଚନ ଥିବାରୁ ଅଣଛାତ୍ରଙ୍କ କଲେଜ ଭିତରକୁ ଅବାଧ ପ୍ରବେଶକୁ ଲଗାମ୍ ଲଗାଇବା ପାଇଁ ସଂଗଠନ ଦାବି କରିଛି । ଏହାସହ ଏହି ଘଟଣାରେ ସୋର ବିଧାୟକଙ୍କ ହାତ ରହିଥିବା ଏବିଭିପି ଅଭିଯୋଗ କରିଛି । ଏହାସହ ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏବିଭିପି ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଘଟଣା ସଂର୍ପକରେ ପୋଲିସ ଖବର ପାଇ ଦୁଇ ଅଣଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଗୁରୁତ୍ବର ଥିବା ଛାତ୍ରଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

sample description
Last Updated : Aug 19, 2019, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.