ETV Bharat / state

ଦୁର୍ଦ୍ଦିନରେ ଦୁଃଖସୁଖ ଫଟୋର ସାଥୀ ଫଟୋଗ୍ରାଫର

ଅନ୍ୟର ଖୁସିକୁ ନିଜର କ୍ୟାମେରାରେ କଏଦ କରି, ସେହି ମୁହୂର୍ତ୍ତକୁ ଫଟୋ ଆକାରରେ କିମ୍ବା ସିଡି କ୍ୟାସେଟ କରି ଭେଟି ଦେଇଥାଏ ଯିଏ, ସେହି ମଣିଷଟି ଆଜି ଦୁଃଖ ଜଞ୍ଜାଳରେ । ଲକଡାଉନ ଯୋଗୁଁ ନା ହେଉଛି ବିବାହଘର ନା ବ୍ରତଘର । ଯେଉଁଥିପାଇଁ ଫଟୋଗ୍ରାଫ ଓ ଭିଡିଓଗ୍ରାଫିକୁ ବୃତ୍ତି କରି ବଞ୍ଚୁଥିବା ଲୋକମାନେ ଦୁର୍ଦ୍ଦିନରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : May 26, 2020, 7:48 PM IST

ସ୍ମୃତି ସାଉଁଟି ପେଟ ପୋଷୁଥିବା ଲୋକର ମୁହଁରୁ ଲକଡାଉନ ଛଡାଇନେଲା ହସ

ବାଲେଶ୍ବର: ସମସ୍ତଙ୍କ ସ୍ମୃତିକୁ ସାଉଁଟି ପୁଣି ତାଙ୍କୁ ଭେଟି ଦେଇ ପରିବାର ପ୍ରତିପୋଷଣ କରୁଥିବା ଲୋକଟି ଆଜି ଦୁର୍ଦ୍ଦିନରେ । ଆମେ କହୁଚୁ ସେଇମାନଙ୍କ କଥା ଯିଏ, ସେ ବାହାଘର ହେଉକି ଘରେ କୌଣସି ଖୁସିର ମୁହୁର୍ତ୍ତ ହେଉ ଆଗେ ଖୋଜା ପଡେ ଜଣେ ଫଟୋଗ୍ରାଫରକୁ । ହେଲେ କୋରୋନା ଯୋଗୁଁ ହୋଇଥିବା ଲକଡାଉନ ଆଜି ସେଇମାନେ ପରିବାର ଚଳାଇବା ପାଇଁ ଭୋଗୁଛନ୍ତି କଷ୍ଟ ।

କୋରୋନା ମହାମାରୀ ମାନବ ଜାତିର ଅନେକ କ୍ଷତି ପହଞ୍ଚାଇଥିବା ବେଳେ ବର୍ତ୍ତମାନ ଲକଡାଉନ ପେଟକୁ ଲାତ ମାରିଛି । ଜିଲ୍ଲାରେ ଥିବା 155ଟି ପଞ୍ଜୀକୃତ ଷ୍ଟୁଡିଓ ମାନଙ୍କରେ କାମ କରୁଥିବା ପାଖାପାଖି 1000 ପରିବାର ଲକଡାଉନ ଯୋଗୁଁ ବଞ୍ଚିବା କଷ୍ଟଦାୟକ ହୋଇଯାଇଛି । ଲକଡାଉନ ପୂର୍ବରୁ ଅନ୍ୟ ମାନଙ୍କ ପାଖରୁ ଅର୍ଡର ନେଇଥିବା ଷ୍ଟୁଡିଓ ମାଲିକମାନେ ସେମାନଙ୍କୁ ଫଟୋ ଯୋଗାଇ ପାରୁ ନଥିବାବେଳେ ସେଥିପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ପାଇ ପାରୁ ନାହାନ୍ତି । ବସ ଚଳାଚଳ ବନ୍ଦ ଥିବାରୁ ଫଟୋ ହେଉ କିମ୍ବା ଭିଡିଓ ସିଡି ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି ।

ଲକଡାଉନ ଯୋଗୁଁ ବାହାଘର ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ଫଟୋଗ୍ରାଫ ଓ ଭିଡିଓଗ୍ରାଫିକୁ ବୃତ୍ତି କରି ବଞ୍ଚୁଥିବା ଲୋକମାନେ ହାତ ବାନ୍ଧି ବସିଛନ୍ତି । ଗୋଟେ ପଟେ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଘର ଭଡା, ଇଲେକ୍ଟ୍ରି ବିଲ, ଷ୍ଟାଫ ଦରମା ଆଦି ଷ୍ଟୁଡିଓ ମଲିକମାନଙ୍କୁ ଦେବାକୁ ପଡିଛି । କିଛି ଜାଗାରେ ଷ୍ଟୁଡିଓ ମାଲିକମାନେ ଷ୍ଟାଫ ମାନଙ୍କୁ ଦରମା ଦେଇ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମାଲିକମାନଙ୍କ ପାଖରୁ କ୍ୟାମେରା ନେଇ ଭଡା ସୂତ୍ରରେ କାମ କରୁଥିବା ପିଲାମାନେ ମଧ୍ୟ କୌଣସି କାମ ପାଉନାହାନ୍ତି । ସେହିପରି ଏବେ ଷ୍ଟୁଡିଓ ଖୋଲିବା ପାଇଁ ଅନୁମତି ମିଳିଛି ସତ ହେଲେ ବେପାର ହେଉନାହିଁ । ଏଥିପାଇଁ ସରକାରୀ ସ୍ତରରେ ସହଯୋଗ ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.