ETV Bharat / state

30 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ

author img

By

Published : Sep 15, 2019, 2:57 PM IST

ବାଲେଶ୍ଵର ସହଦେଵଖୁଣ୍ଟା ଥାନା ପୋଲିସର ଚଢ଼ାଉବେଳେ 30 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଜିଲ୍ଲା ସହଦେଵଖୁଣ୍ଟା ଥାନା ପୋଲିସର ଚଢ଼ାଉବେଳେ 30 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ 3 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୋଲିସ ସୂଚନା ଅନୁସାରେ, ସହଦେଵଖୁଣ୍ଟା ଥାନା ଅଧିନ ଅରଡ଼ ବଜାର ଅଞ୍ଚଳରେ ପୋଲିସ ଚଢ଼ାଉ କରିଥିଲା । ସେଠାରେ ବେପାରୀ ଗ୍ରାହକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିବାବେଳେ ପୋଲିସ 2ଜଣଙ୍କୁ କାବୁ କରିଥିଲା। ଅନ୍ୟ ଜଣେ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାକୁ ଜଳେଶ୍ବର ଅଞ୍ଚଳରୁ ଗିରଫ କରାଯାଇଛି।

ତେବେ ଗିରଫ ଅଭିଯୁକ୍ତଙ୍କ ପାଖରୁ 302 ଗ୍ରାମର ବ୍ରାଉନ ସୁଗାର, 3ଟି ମୋବାଇଲ, 2ଟି ବାଇକ ଓ 9 ଲକ୍ଷ 44 ହଜାର 80 ଟଙ୍କା ଜବତ ହୋଇଥିବା ଜଣାପଡିଛି। ଗିରଫ ହୋଇଥିବା ଖୋର୍ଦ୍ଧା ଅଞ୍ଚଳର ପୀତବାସ ରଣା, ଭବାନୀ ପ୍ରସାଦ ସ୍ବାଇଁ ଅରଡ଼ ବଜାରର ବେପାରୀ ଶେଖ ହାଇଦର ଅଲ୍ଲୀଙ୍କ ଠାରୁ ବ୍ରାଉନସୁଗାର କିଣି ଖୋର୍ଦ୍ଧା ନେବାର ଯୋଜନା ଥିଲା ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.