ବାଲେଶ୍ବର: ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଜିଲ୍ଲାରେ 14300 ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 13171 ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
![କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ଵର](https://etvbharatimages.akamaized.net/etvbharat/prod-images/od-bls-01-covid-fight-script-7205869_28042021173551_2804f_1619611551_676.jpg)
ବାଲେଶ୍ଵର ଜିଲ୍ଲା କୋଭିଡ ହସ୍ପିଟାଲରେ ୮୯, ଫକୀରମୋହନ କଲେଜ ହସ୍ପିଟାଲରେ ୧୫୦, ଆଦର୍ଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ ୭୩ ଜଣଙ୍କୁ ଚିକିତ୍ସା କରାଯାଇଛି। ଆଶା ଓ ଅଙ୍ଗନବାଡି କର୍ମୀ ଅକ୍ସିମିଟର ଦ୍ୱାରା ସାଧାରଣ ଲୋକଙ୍କ ଅକ୍ସିଜେନ ସ୍ତର ମାପୁଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ