ETV Bharat / state

ଦିନିକିଆ ରିମାଣ୍ଡରେ ଗଲେ ଟାଉନ ଥାନା ଆଇଆଇସି - balesore iic sarojini nayak

ଦିନିକିଆ ରିମାଣ୍ଡରେ ଗଲେ ବାଲେଶ୍ବର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଚଢାଉ କରିଥିଲେ ।

ଦିନିକିଆ ରିମାଣ୍ଡରେ ଗଲେ ଟାଉନ ଥାନାର ଆଇଆଇସି
ଦିନିକିଆ ରିମାଣ୍ଡରେ ଗଲେ ଟାଉନ ଥାନାର ଆଇଆଇସି
author img

By

Published : Feb 5, 2021, 2:13 PM IST

ବାଲେଶ୍ଵର: ଦିନିକିଆ ରିମାଣ୍ଡରେ ଗଲେ ବାଲେଶ୍ବର ଟାଉନ ଥାନାର ଆଇଆଇସି । ପୂର୍ବତନ ଆଇଆଇସି ସରୋଜିନୀ ନାୟକ ଏକ ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଜାଲରେ ଫସିଥିଲେ । ଜମିଜମା ବିବାଦ ତୁଟାଇବାକୁ 25 ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଏସଆଇ ବିମଳ ନାୟକ ଓ ଜଣେ ମଧ୍ୟସ୍ଥି ଗିରଫ ହୋଇଥିଲେ ।

ଦିନିକିଆ ରିମାଣ୍ଡରେ ଗଲେ ଟାଉନ ଥାନାର ଆଇଆଇସି

ଏହି ଘଟଣାରେ ଆଇଆଇସି ସରୋଜିନୀଙ୍କ ନାମ ଆସିଥିଲା । ଗତ ଜୁଲାଇ ମାସ ଠାରୁ ସରୋଜିନୀ ଛୁଟିରେ ଥିଲେ । ଗତ ଫେବୃୟାରୀ 2 ତାରିଖରେ ସରୋଜିନୀ ବାଲେଶ୍ଵର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ଭିଜିଲାନ୍ସ ତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି । ଲାଞ୍ଚ ନେବା ଘଟଣାରେ ସଂପୃକ୍ତ ଆଇଆଇସିଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.