ETV Bharat / state

'ଦୃଢ ଆତ୍ମବିଶ୍ବାସ-ଗୁରୁଜନଙ୍କ ଆଶୀର୍ବାଦ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ'

ସଠିକ ଲକ୍ଷ୍ୟ ଓ କଠିନ ପରିଶ୍ରମ କେବେବି ସଫଳତାକୁ ରୋକିପାରେ ନାହିଁ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା କଲେଜ ଛାତ୍ରୀ ପୁଷ୍ପଲତା ନାୟକ ।

author img

By

Published : May 1, 2019, 1:09 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର: ଦୃଢ଼ ଆତ୍ମବିଶ୍ୱାସ ଓ ଗୁରୁଜନଙ୍କ ଆଶୀର୍ବାଦ ଥିଲେ ସଫଳତା ନିଶ୍ଚିତ ମିଳେ । ସଠିକ ଲକ୍ଷ୍ୟ ଓ କଠିନ ପରିଶ୍ରମ କେବେବି ସଫଳତାକୁ ରୋକି ପାରେ ନାହିଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା କଲେଜ ଛାତ୍ରୀ ପୁଷ୍ପଲତା ନାୟକ । ସେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଯୁକ୍ତ 3 ଓଡ଼ିଆ ବିଭାଗରେ ଟପ୍ପର ହୋଇ ଏହା ପ୍ରମାଣ କରିଛନ୍ତି ଯେ ଦୃଢ ଆତ୍ମବିଶ୍ୱାସ ଆଣିଦିଏ ସଫଳତା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ୱର

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ତିଳଦା ଗ୍ରାମର ମନୋରଞ୍ଜନ ନାୟକଙ୍କ ଝିଅ ପୁଷ୍ପଲତା ତାଙ୍କ ସଫଳତାର ଶ୍ରେୟ ନିଜ ବାପା, ମା ଓ ଶିକ୍ଷକଙ୍କୁ ଦେଇଛନ୍ତି । ତେବେ ପୁଷ୍ପଲତାଙ୍କ ବାପା ଜଣେ ଚାଷୀ ହୋଇଥିବାବେଳେ ପରିବାର ମଧ୍ୟ ସେତେଟା ସ୍ୱଚ୍ଛଳ ନୁହେଁ । ଏକ ପ୍ରତିକୂଳ ପରିବେଶରେ ରହି ମଧ୍ୟ ପୁଷ୍ପଲତା ନିଜର ସଫଳତାକୁ ହାସଲ କରିବାରେ କୌଣସି ବି ସୁଯୋଗ ହାତଛଡା କରିନାହାଁନ୍ତି ।

ତେଣୁ ସେ ଦିନକୁ ସେ 7 ରୁ 8ଘଣ୍ଟା ପରିଶ୍ରମ କରନ୍ତି । ଏଥିସହ ଶିକ୍ଷକଙ୍କ ଆଦେଶକୁ ସୂଚାରରୂପେ ପାଳନ କରିଥାନ୍ତି । ଯାହାର ଫଳସ୍ୱରୂପ ତାଙ୍କୁ ଆଜି ଏହି ସଫଳତା ମିଳିଛି । ତେବେ ଆଗାମୀ ଦିନରେ ପୁଷ୍ପଲତା ଜଣେ ଭଲ ଅଧ୍ୟାପିକା ହେବାର ସ୍ୱପ୍ନ ଦେଖିଛନ୍ତି । ଏଥିସହ କଠିନ ପରିଶ୍ରମ ଓ ଗୁରୁଙ୍କ ଆଦେଶ ପାଳନ କଲେ ସଫଳତା ମିଳିବ ବୋଲି ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

ଏହି ସଫଳତା ପାଇବା ପରଠାରୁ ପୁଷ୍ପଲତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ପୁଷ୍ପଲତାଙ୍କ ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

shreemayee

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.