ବାଲେଶ୍ବର: ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। କୋରୋନା ପାଇଁ ବାଲେଶ୍ଵର ଲକଡାଉନ ଥିବାରୁ ବେପାରୀମାନେ ମନ ଇଚ୍ଛା ଦର ଲଗାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବଜାର ଦର ନିୟନ୍ତ୍ରଣ କରାଯାଇଛି।
ବେପାରୀମାନଙ୍କ ପାଇଁ ସାମଗ୍ରୀ ବିକ୍ରିର ଦର ନିର୍ଦ୍ଧାରିତ କରିଛି ପ୍ରଶାସନ। ସହରର ନୂଆ ବଜାରରେ ଥିବା ବିଭିନ୍ନ ଦୋକାନ ଗୁଡିକରେ ଥିବା ସାମଗ୍ରୀର ଦର ନିର୍ଦ୍ଧାରଣ କରାଯାଇଛି। ଦୋକାନୀମାନଙ୍କୁ ରେଟ୍ ଚାଟ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ