ETV Bharat / state

ସାଇକେଲ ମେକାନିକଙ୍କ ହେଲିକପ୍ଟର ନିଶା; କାହାଣୀ 12 ବର୍ଷର... - ଉଡିବାର ଆଶା

ପେଶାରେ ଜଣେ ସାଇକେଲ ମେକାନିକ । ମାତ୍ର ନିଶା ହେଲିକପ୍ଟର ତିଆରି କରିବା । ପିଲାଟି ବେଳୁ ଆଶା ଆକାଶରେ ଉଡିବେ । ଉଡାଜାହାଜ ଶବ୍ଦ ଶୁଣି ଘରୁ ବାହାରକୁ ଦୌଡି ଆସନ୍ତି । ପୁରୁଣା ରାଜଦୂତ ଗାଡିର ଇଞ୍ଜିନ ଓ କିଛି ଅବ୍ୟବହୃତ ଗାଡିର ପାର୍ଟସକୁ ନେଇ ସେ ତିଆରି କରୁଛନ୍ତି ଉଡାଜାହଜ । ମାତ୍ର ଅର୍ଥ ସାଜିଛି ବାଧକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 8, 2019, 11:55 PM IST

ବାଲେଶ୍ବର: ପେଶାରେ ଜଣେ ସାଇକେଲ ମେକାନିକ । ମାତ୍ର ନିଶା ହେଲିକପ୍ଟର ତିଆରି କରିବା । ପିଲାଟି ବେଳୁ ଆଶା ଆକାଶରେ ଉଡିବେ । ଉଡାଜାହାଜ ଶବ୍ଦ ଶୁଣି ଘରୁ ବାହାରକୁ ଦୌଡି ଆସନ୍ତି । ହେଲିକପ୍ଟର ପ୍ରତି ରହିଛି ଅହେତୁକ ଦୁର୍ବଳତା । ପୁରୁଣା ରାଜଦୂତ ଗାଡିର ଇଞ୍ଜିନ ଓ କିଛି ଅବ୍ୟବହୃତ ଗାଡିର ପାର୍ଟସକୁ ନେଇ ସେ ତିଆରି କରୁଛନ୍ତି ଉଡାଜାହଜ । ମାତ୍ର ଅର୍ଥ ସାଜିଛି ବାଧକ । ଯେଉଁ କାରଣରୁ ଆଜକୁ 12 ବର୍ଷ ହେବ ଏହାକୁ ସମୂର୍ଣ୍ଣ କରିପାରୁ ନାହାଁନ୍ତି ସେ । ଆମେ କହୁଛୁ ବାଲେଶ୍ବର ଦେୱାନପାଟଣାର ଶେଖ୍ ମୋସିମଙ୍କ କାହାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦିନେ ଆକାଶରେ ଗୁଡି ଉଡାଇବା ବେଳେ ହେଲିକେପ୍ଟର ଉଡାଇବାର ସ୍ବପ୍ନ ଦେଖିଥିଲେ ମୋସିମ । ଆଉ ସେହି ସ୍ବପ୍ନ ପୂରଣ ପାଇଁ ତାଙ୍କ ସ୍ତ୍ରୀ ଓ ପଡୋଶୀଙ୍କ ବେଶ ସହଯୋଗ କରିଛନ୍ତି। ସାଇକେଲ୍ ମେକାନିକ ଭାବେ ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଘର ଚଳାଇବା ସହ ହେଲିକେପ୍ଟର ତିଆରି ପାଇଁ ମୋସିମଙ୍କ ସଞ୍ଚୟ କରିଥାଆନ୍ତି । ଆଉ ଏବେ ମୋସିମଙ୍କ ହାତ ତିଆରି ହେଲିକେପ୍ଟର ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି।

ଆଉ ଆଗକୁ ଯଦି କିଛି ପ୍ରଶାସନିକ ସହଯୋଗ ମିଳେ ତାଙ୍କ ସ୍ବପ୍ନ ପୂରଣ ହୋଇପାରିବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ପିଲାଟି ବେଳୁ ସେ ଆକାଶରେ ଉଡିବାକୁ ଆଶା ରଖିଛନ୍ତି। ଜଣେ ଗରିବ ଶ୍ରେଣୀର ଲୋକ ହୋଇ ମଧ୍ୟ ସ୍ୱପ୍ନ ଅନେକ ରହିଛି। ଉଡିବା ପାଇଁ ନିଜେ ତିଆରି କରିବାରେ ଲାଗି ପଡିଛନ୍ତି ଏକ ହେଲିକେପ୍ଟର। ଆଉ ଏଥିପାଇଁ ନିଜ ଜୀବନର 12 ବର୍ଷ ବିତେଇ ସାରିଥିଲେ ମଧ୍ୟ ଏଯାଏ ସମ୍ପୂର୍ଣ୍ଣ କରିବାରେ ଅର୍ଥ ସାଜିଛି ବାଧକ। ଜଣେ ସାଇକେଲ ମେକାନିକ ହୋଇ ହେଲିକେପ୍ଟର ତିଆରି କରିବା ନିଶା ତାଙ୍କୁ ଶୁଆଇ ଦେଉନି। ଆମେ କହୁଛୁ ବାଲେଶ୍ୱର ସହରର ଦେୱାନପାଟଣା ସ୍ଥିତ ଶେଖ ମୋସିମ ଙ୍କ କଥା।

Body:ମୋସିମ ପେଶାରେ ଜଣେ ସାଇକେଲ ମେକାନିକ ଅଟନ୍ତି। ସେଥିରୁ ଯାହା କିଛି ରୋଜଗାର ହୁଏ ସେଥିରେ ଘର ଚଳାଇବା ସହ ନିଜ ସ୍ୱପ୍ନର ହେଲିକେପ୍ଟର ତିଆରି ରେ ବିନିଯୋଗ କରନ୍ତି। ପିଲାଟି ଦିନରୁ ହେଲିକେପ୍ଟର ପ୍ରତି ମୋସିମଙ୍କ ଦୁର୍ବଳତା ଥିଲା। ହେଲିକେପ୍ଟର ଆବାଜ ଶୁଣି ସେ ଘରୁ ବାହାରକୁ ଦୌଡ଼ି ପଳାଇ ଆସୁଥିଲେ। ସେଇଥିପାଇଁ ତ ଏବେ ନିଜେ ଏକ ହେଲିକେପ୍ଟର ତିଆରି କରି ସେଥିରେ ଉଡିବାର ଆଶା ରଖିଛନ୍ତି ସେ।
ଏକ ପୁରୁଣା ରାଜଦୂତ ଗାଡିର ଇଞ୍ଜିନ ଓ କିଛି ଅବ୍ୟବହୃତ ଗାଡିର ପାର୍ଟସକୁ ନେଇ ସେ ହେଲିକେପ୍ଟର ତିଆରି କରିବାରେ ଲାଗି ପଡିଛନ୍ତି। ଅର୍ଥ ଅଭାବ କାରଣରୁ 12 ବର୍ଷ ଧରି ତିଆରି ଚାଲିଥିବା ହେଲିକେପ୍ଟର କିନ୍ତୁ ଆଜିଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ମାତ୍ର ଖୁବ ଶୀଘ୍ର ମୋସିମଙ୍କ ହେଲିକେପ୍ଟର ଆକାଶରେ ଉଡିବ ବୋଲି ସେ କହିଛନ୍ତି।

Conclusion:ନିଜସ୍ୱ କୌଶଳରେ ହେଲିକେପ୍ଟରର ଗିଅର, ଏକସିଲିରେଟର, ଦିଗ ପରିବର୍ତ୍ତନ ଆଦି ତିଆରି କରିଛନ୍ତି। ଦିନେ ଆକାଶରେ ଗୁଡ଼ି ଉଡାଇବା ବେଳେ ହେଲିକେପ୍ଟର ଉଡାଇବାର ସ୍ୱପ୍ନ ଦେଖିଥିବା ମୋସିମଙ୍କ ସ୍ୱପ୍ନ ପୂରଣ ପାଇଁ ତାଙ୍କ ସ୍ତ୍ରୀ ଓ ପଡ଼ୋଶୀଙ୍କ ବେଶ ସହଯୋଗ ରହିଛି। ସାଇକେଲ ମେକାନିକ ଭାବେ ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଘର ଚଳାଇବା ସହ ହେଲିକେପ୍ଟର ତିଆରି ପାଇଁ ମୋସିମ ଙ୍କ ଉଦ୍ୟମ ଜାରି ରହିଛି। ଏବେ ମୋସିମଙ୍କ ହାତ ତିଆରି ହେଲିକେପ୍ଟର ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି।
ବାଇଟ1- ଶେଖ ମୋସିମ(ହେଲିକେପ୍ଟର କାରିଗର)
ବାଇଟ2- ସବିରି ବିବି(ପଡୋଶୀ)
ବାଇଟ3- ସାଇନା ବିବି(ମୋସିମଙ୍କ ସ୍ତ୍ରୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.