ETV Bharat / state

ଗୁରୁଣ୍ଡୁଛନ୍ତି ଦୁଇଭାଇ, ଅସହାୟ ପରିବାର ମାଗୁଛି ସହାୟତା - ସ୍ନାୟୁଗତ ରୋଗ

ବାଲେଶ୍ଵର ଜିଲ୍ଲା ମୁଲ୍ଲାନଗର ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କ ସାଙ୍ଗରେ ଜନ୍ମ ହୋଇଥିଲେ ଦୁଇ ପୁଅ । ମାତ୍ର ସାଢ଼େ ୩ ବର୍ଷ ବୟସରେ ସ୍ନାୟୁଗତ ରୋଗ ଯୋଗୁଁ ଦୁଇ ଯାଆଁଳା ଭାଇ ଚାଲିବାରେ ଭୋଗିଥିଲେ କଷ୍ଟ । ଅଧିକ ପଢନ୍ତୁ

ଗୁରୁଣ୍ଡୁଛନ୍ତି ଦୁଇଭାଇ, ଅସହାୟ ପରିବାର ମାଗୁଛି ସହାୟତା

author img

By

Published : Oct 27, 2022, 4:32 PM IST

ବାଲେଶ୍ବର: ସାଙ୍ଗରେ ଜନ୍ମ ହୋଇଥିଲେ ଦୁଇ ପୁଅ । ଘରେ ଖୁସି କହିଲେ ନସରେ । ପୁଅଟିଏ ଜନ୍ମ ହେଲେ ଘରେ ଖେଳିଯାଏ ଖୁସିରେ ଲହରୀ । ପୁଅ ବଡ ହେବ ବାପା ମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ସେ ସ୍ବପ୍ନ ଆଜି ପାଣି ଫୋଟକା ପରି ମିଳେଇ ଯାଇଛି । ମାତ୍ର ସାଢ଼େ ୩ ବର୍ଷ ବୟସରେ ସ୍ନାୟୁଗତ ରୋଗ ଯୋଗୁଁ ଦୁଇ ଯାଆଁଳା ଭାଇ ଚାଲିବାରେ ଭୋଗିଥିଲେ କଷ୍ଟ । ଇଶ୍ବର ପାଦଦେଲେ ସିନା ନିଜ ଗୋଡରେ ଠିଆ ହେବାକୁ ସେଥିରେ ବଳ ଦେଲେନି । ବର୍ତ୍ତମାନ ମଧ୍ୟ ସମାନ ଅବସ୍ଥା, ଡାକ୍ତର ଦେଖାଇବା ପରେ ମଧ୍ୟ ପିଲା ୨ଟି ଚାଲି ପାରୁନଥିବାରୁ ବାପା ମାଆ ଉଭୟ ଚିନ୍ତାରେ ପଡିଛନ୍ତି । ବାଲେଶ୍ଵର ଜିଲ୍ଲା ମୁଲ୍ଲାନଗର ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କ ଦୁଇ ପୁଅଙ୍କ ଏହି ଦୁଃଖଦ କାହାଣୀ ।

ଗୁରୁଣ୍ଡୁଛନ୍ତି ଦୁଇଭାଇ, ଅସହାୟ ପରିବାର ମାଗୁଛି ସହାୟତା

ତେବେ ପ୍ରଥମେ ଦୁଇ ପୁଅଙ୍କ ଗୋଡ଼ ଯନ୍ତ୍ରଣା ହେବା ସହ ଧିରେ ଧିରେ ଠିକ୍‌ରେ ଚଲା ବୁଲା କରି ପାରିଲେନାହିଁ । ଏମିତି କି ଚାଲୁ ଚାଲୁ ପଡ଼ିଗଲେ । ଏଥିପାଇଁ ସେମାନଙ୍କୁ କାଖେଇ ନିତ୍ୟକର୍ମ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ କାମ ମାଆ ଓ ଆଇ ଦୁହେଁ କରୁଛନ୍ତି । ଅନ୍ୟପଟେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ ଦୁଇ ଭାଇ । କିନ୍ତୁ ଯେତେବେଳେ ସେମାନେ ଠିକ୍‌ରେ ଚାଲି ପାରୁନାହାଁନ୍ତି କେଉଁଠି ପଡିଯିବେ କିମ୍ବା କୌଣସି ଦୁର୍ଘଟଣା ହେବାର ଆଶଙ୍କା କରି ସେମାନଙ୍କୁ ଆଉ ସ୍କୁଲ ଆସିବାକୁ ମନା କରିଦେଇଥିବା ମାଆ ପ୍ରକାଶ କରିଛନ୍ତି ।

ବାପା ସନ୍ତୋଷ ମଲ୍ଲିକ ଚା' ଦୋକାନ କରି ଘର ଚଳାଉ ଥିବାବେଳେ, ଉଚ୍ଛେଦ ପ୍ରକ୍ରିୟାରେ ଦୋକାନ ଖଣ୍ଡିକ ବି ବନ୍ଦ ରହିଛି । ଏଥିପାଇଁ ଏବେ ସନ୍ତୋଷ ମୂଲ ଲାଗି ଘର ଚଳାଉଛନ୍ତି । ଦୁଇ ପୁଅ କିରଣ ଓ ସୁରଜଙ୍କ ଟିଉସନ୍ ସହ ଘରର ସମସ୍ତ ଖର୍ଚ୍ଚ ବହନ କରିବାକୁ ବହୁ ଅସୁବିଧା ହେଉଥିବାବେଳେ ଏପଟେ ପିଲା ଦୁଇ ଜଣଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସେମାନଙ୍କୁ ପ୍ରଥମେ ବାଲେଶ୍ଵର ଏବଂ କଟକ ଏସସିବିରେ ଚିକିତ୍ସା କରାଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର କହିଥିଲେ କି ଏଥିପାଇଁ କୌଣସି ମେଡିସିନ ନାହିଁ । କିନ୍ତୁ ବାପା ମାଆଙ୍କର ଆଶା ରହିଛି ଯେ ଭଲ ମେଡ଼ିକାଲରେ ଚିକିତ୍ସା ହୋଇପାରନ୍ତା ତେବେ ପିଲା ଦୁଇଜଣ ଚାଲି ପାରିବେ ।

ତେଣୁ ଏଥିପାଇଁ ସରକାରୀ ସୁବିଧା କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସୁବିଧା ଯୋଗାଇ ଦେବାପାଇଁ ଦାବି ହୋଇଛି । ଏଥିପାଇଁ ତାଙ୍କ ମୋବାଇଲ ନମ୍ବର 81441 95317ରେ ଯୋଗାଯୋଗ କରିପାରିବେ ।

ଇଟିଭି ଭାରତ , ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.