ETV Bharat / state

ବାଣୀ ବିହାର ପ୍ରଫେସର ଆକ୍ରମଣ ଘଟଣାକୁ ଛାତ୍ର କଂଗ୍ରେସର ବିରୋଧ

ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସରଙ୍କ ଉପରକୁ ଆକ୍ରମଣ ଘଟଣାରେ ତାତିଲା ଛାତ୍ର କଂଗ୍ରେସ । ପ୍ରତିବାଦରେ ବାଲେଶ୍ବରରେ କଲା ଜୋରଦାର ବିକ୍ଷୋଭ ।

ଉତ୍କଳ ବିଶ୍ୱବିଦ୍ୟାଳୟର ଘଟଣାରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ

author img

By

Published : Feb 17, 2023, 11:55 AM IST

ଉତ୍କଳ ବିଶ୍ୱବିଦ୍ୟାଳୟର ଘଟଣାରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନୟୁ ପ୍ରଫେସର ଉପରକୁ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଉପରକୁ ଆକ୍ରମଣ ଘଟଣାରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । କିଛିଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସେମିନାର ଅନୁଷ୍ଠିତ ହେଉଥିବା ସମୟରେ ଅଣଛାତ୍ର ନେତା ଗୁଣ୍ଡାଗର୍ଦ୍ଦି କରିବା ଏବଂ ପ୍ରଫେସରଙ୍କ ଉପରକୁ ହାତ ଉଠାଇବା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭ ଫକୀରମୋହନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏବିଭିପି ଜାଣିଶୁଣି ଶିକ୍ଷାନୁଷ୍ଠାନମାନଙ୍କରେ ହିଂସା ରାଜନୀତି କରି କଲେଜ କ୍ୟାମ୍ପସରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବାର ଅଭିଯୋଗ ଛାତ୍ର କଂଗ୍ରେସ । ଏହାସହ ଏହି ସଂଗଠନ ଉପରେ ବ୍ୟାନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଅନେକ ସମୟରେ କଲେଜ କ୍ୟାମ୍ପସ ଭିତରେ ମାତ୍ରାଧିକ ରାଜନୈତିକ ଦଳର ହସ୍ତକ୍ଷେପ ଯୋଗୁଁ ଛାତ୍ରମାନଙ୍କ କ୍ୟାରିଅର ଉପରେ ପ୍ରଭାବ ପଡୁଛି । ଏମିତିକି ଅନେକ ଛାତ୍ର ନିଜର ବୁଦ୍ଧି ହରାଇ ବସି ଶିକ୍ଷାଦାନ କରୁଥିବା ଅଧ୍ୟାପକ ଓ ପ୍ରଫେସର ମାନଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି ।

ଏଥିପାଇଁ ରାଜନୈତିକ ଦଳ ଗୁଡିକ ସିଧାସଳଖ ହସ୍ତକ୍ଷେପ ବନ୍ଦ କରି ଛାତ୍ରମାନଙ୍କୁ ସେମାନଙ୍କ ଅଧିକାର ଓ ଇଚ୍ଛା ଉପରେ କାର୍ଯ୍ୟ କରିବା ପାଇଁ ଦେବାକୁ ଦାବି କରାଯାଇଛି । ସେହିପରି ଛାତ୍ରମାନଙ୍କ ଭବିଷ୍ୟତ ନଷ୍ଟ କରି ରାଜନୈତିକ ଫାଇଦା ନେବାକୁ ବହୁତ ନେତା ଚାହୁଁଥିବା ବେଳେ ଏଥିପ୍ରତି ଛାତ୍ର ସମାଜ ସଚେତନ ହେବାକୁ ଆହ୍ବାନ ଦେଇଛି ଛାତ୍ର କଂଗ୍ରେସ । ଯେଉଁ ଶିକ୍ଷକ ଶିକ୍ଷାଦାନ କରି ଜଣେ ଛାତ୍ରର ଜୀବନ ଗଢ଼ିଥାଏ ସେହି ଶିକ୍ଷକଙ୍କୁ ଆକ୍ରମଣ କରିବା ପାଇଁ ଉସୁକାଉଥିବା ନେତା କିମ୍ବା ଦଳ ନିଜ ଫାଇଦା ଦେଖିବା ବନ୍ଦ କରନ୍ତୁ ବୋଲି ବିକ୍ଷୋଭ ସ୍ଥଳରେ ମତ ପ୍ରକାଶ ପାଇଥିଲା ।

ଏହି ବିକ୍ଷୋଭରେ ଯୁବ ନେତା ଭବାନୀ ମହାଳିକ, ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ନବପ୍ରସାଦ ଭୂୟାଁ ପ୍ରମୁଖ ସାମିଲ ହୋଇଥିଲେ । ଏହାସହ ଗିରଫ ହୋଇଥିବା ଦୁଇ ଛାତ୍ରନେତାଙ୍କ ବିରୋଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ନେତାମାନେ ପ୍ରଚେଷ୍ଟା କରୁଛନ୍ତି, ସେମାନଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.