ETV Bharat / state

ରାକ୍ଷୀରେ ଜଗନ୍ନାଥ, ଚମକୁଛି ଅନୁପମାଙ୍କ ହାତ ତିଆରି ରାକ୍ଷୀ

ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ବାଲେଶ୍ବରର ସତ୍ୟନଗରର ଛାତ୍ରୀ ଅନୁପମା ତିଆରି କରିଛନ୍ତି ଜଗନ୍ନାଥ ରାକ୍ଷୀ । ଅଧିକ ପଢନ୍ତୁ

author img

By

Published : Aug 2, 2022, 7:48 PM IST

ରାକ୍ଷୀରେ ଜଗନ୍ନାଥ, ଚମକୁଛି ଅନୁପମାଙ୍କ ହାତ ତିଆରି ରାକ୍ଷୀ
ରାକ୍ଷୀରେ ଜଗନ୍ନାଥ, ଚମକୁଛି ଅନୁପମାଙ୍କ ହାତ ତିଆରି ରାକ୍ଷୀ

ବାଲେଶ୍ବର: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା(Rakshabandhan) । ଭାଇ ହାତରେ ଭଉଣୀ ବାନ୍ଧିଵ ରାକ୍ଷୀ । ଏଥିପାଇଁ ବଜାରରେ ମେଲିଲାଣି ରାକ୍ଷୀର ପସରା । ଏହାରି ଭିତରେ ବାଲେଶ୍ଵର ସହରର ସତ୍ୟ ନଗରରେ ରହୁଥିବା ଛାତ୍ରୀ ଅନୁପମା ଦାସମହାପାତ୍ର ରାକ୍ଷୀରେ ଜଗନ୍ନାଥଙ୍କ ଫଟୋକୁ ସ୍ଥାନ ଦେଇଛନ୍ତି । ଯାହାକି ଖୁବ ଆକର୍ଷଣୀୟ ହୋଇଛି ।

ସେ ନିଜସ୍ବ ଉଦ୍ୟମରେ ପ୍ରଥମ ଥର ଶାମୁକା, ଅଖା ସୂତା, ଉଲ ଏବଂ ଗ୍ଲିଟର୍ ପେପର୍‌ରେ ରାକ୍ଷୀ ତିଆରି କରିଛନ୍ତି । ଅନୁପମାଙ୍କ ହାତ ତିଆରି ରାକ୍ଷୀ ନେବା ପାଇଁ ଏବେଠୁ ଅର୍ଡର ମଧ୍ୟ ହୋଇସାରିଲାଣି । ଗତବର୍ଷ କେବଳ ଗୋଲାପ ଫୁଲ ରାକ୍ଷୀ ପ୍ରସ୍ତୁତ କରିଥିଲେ ଅନୁପମା । ଯାହା ବେଶ ଆଦୃତ ହୋଇଥିଲା ଏବଂ ଚାହିଦା ମଧ୍ୟ ରହିଥିଲା । ପ୍ରଥମ ଥର ନିଜ ବିଚାରଧାରାର ଉପଯୋଗ କରି ସେ ଶାମୁକାରେ ଜଗନ୍ନାଥ ରାକ୍ଷୀ, ଅଖା ସୂତାରେ ଡିଜାଇନ୍ କରି ରାକ୍ଷୀ ତିଆରି କରିଛନ୍ତି ।

ଏହାସହ ସ୍ପଞ୍ଜ୍ ଗୋଲାପ ରାକ୍ଷୀ, ଫଟୋ ରାକ୍ଷୀ, ଗ୍ଲିଟର୍ ପେପର୍ ରାକ୍ଷୀ ଆଦି ତିଆରି କରିଛନ୍ତି । ରାକ୍ଷୀର ଦର ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ପର୍ଯ୍ୟନ୍ତ ରହିଛି । ତେଵେ ଅନୁପମାଙ୍କୁ ଏ ବର୍ଷ ୬୦ଟି ରାକ୍ଷୀ ଅର୍ଡର ଆସିଥିଲା । ଅନୁପମା ୭୦ ଟି ରାକ୍ଷୀ ତିଆରି କରିସାରିଛନ୍ତି । ଏହାବ୍ୟତୀତ ଛୋଟ ପିଲାଙ୍କ ପାଇଁ ମଧ୍ୟ କାର୍ଟୁନ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଅନପମା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.