ବାଲେଶ୍ବର: କୋରୋନା ମହାମରୀ ଯୁଦ୍ଧର ବଡ ଯୋଦ୍ଧା ପୋଲିସ । ସବୁ ସ୍ଥାନରେ ପୋଲିସ କର୍ତ୍ତବ୍ୟ କରି ଚାଲିଥିବା ବେଳେ ଭୁଲିଯାଇଛି ପରିବାର ଓ ସଂସାର କଥା । ଏପରି ଭାବେ ସହଦେବଖୁଣ୍ଟା ଥାନାର ଏସଆଇ ଦାୟିତ୍ବ ଓ ଦେଶ ସେବା ପାଇଁ ନିଜ ବିବାହକୁ ଘୁଞ୍ଚାଇଛନ୍ତି ।

ମଙ୍ଗଳବାର ପୋଲିସ ଡିଜି ବାଲେଶ୍ଵର ଗସ୍ତରେ ଆସିଥିବା ବେଳେ ସହଦେବଖୁଣ୍ଟା ଥାନାର ଜଣେ ପୋଲିସଙ୍କୁ ଭେଟିଥିଲେ। ଦାୟିତ୍ବ ପାଇଁ ସେ ନିଜର ବାହାଘର ଘୁଞ୍ଚାଇ ଦେଇଥିବା ଡିଜିପି ଜାଣିବାକୁ ପାଇ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି।
ସହଦେବଖୁଣ୍ଟା ଥାନାର ଏସଆଇ ନୀଳମଣି ନାୟକଙ୍କ ଆସନ୍ତା 26 ତାରିଖରେ ବିବାହ ହେବାକୁ ଥିଲା । ହେଲେ ଦେଶର ବିପଦ ସମୟରେ ଦାୟିତ୍ବ ନିର୍ବାହ ପାଇଁ ବାହାଘର ଘୁଞ୍ଚାଇ ଦେଇଛନ୍ତି । ତାଙ୍କର ଏହି କାମ ପାଇଁ ଡିଜିପି କରିଥିବା ପ୍ରଂଶାକୁ ନେଇ ସେ ଖୁସି ବୋଲି କହିଛନ୍ତି । ଏପରିକି ନୀଳମଣିଙ୍କ ଭାବି ସ୍ତ୍ରୀ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଖୁସି ହୋଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ