ETV Bharat / state

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ

author img

By

Published : Feb 10, 2022, 7:22 AM IST

ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ୨୫ ନଂ ଜୋନ ଗୋପୀନାଥପୁର ଏବଂ ସିନ୍ଧିଆ ଗ୍ରାମ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରିଲେ ସଦର ବିଧାୟକ ସ୍ୱରୂପ ଦାସ । ଅଧିକ ପଢନ୍ତୁ

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଲେ ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ

ବାଲେଶ୍ୱର: ସଦର ନିର୍ବାଚନ ମଣ୍ଡଳୀର ୨୫ ନଂ ଜୋନ ଗୋପୀନାଥପୁର ଏବଂ ସିନ୍ଧିଆ ଗ୍ରାମ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରିଲେ ସଦର ବିଧାୟକ ସ୍ୱରୂପ ଦାସ । ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭୀକ୍ଷା କରୁଥିବା ଦେଖିବାକୁ ମିଳିଛି । ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ସମସ୍ତ ୱାର୍ଡ଼ର ଘରକୁ ଘର ବୁଲିବା ସହ ୨୫ ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ନାରାୟଣ ପ୍ରଧାନ, ସରପଞ୍ଚ ପ୍ରାର୍ଥୀ କମଳଲୋଚନ ପରିଡ଼ା, ସମିତି ସଭ୍ୟ ପ୍ରାର୍ଥୀ ଲମ୍ବୋଧର ପ୍ରଧାନ ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କ ପାଇଁ ବିଧାୟକ ଭୋଟ ଭିକ୍ଷା କରିଛନ୍ତି ।

ସେହିପରି ସିନ୍ଧିଆ ଗ୍ରାମ ପଞ୍ଚାୟତର କେଶରପୁର ଠାରେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଦାସ ଯୋଗଦେଇ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ଦାସ, ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁଜାତା ଜେନା, ସମିତି ସଭ୍ୟ ପ୍ରାର୍ଥୀ ସଂଗ୍ରାମ ପ୍ରଧାନ ଏବଂ ସମସ୍ତ ୱାର୍ଡ଼ ମେମ୍ବରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.