ETV Bharat / state

OSSC Question Leak: ପୁଣି ଦୁଇ ଜଣ ଗିରଫ, ଗିରଫଦାରୀ ସଂଖ୍ୟା 27କୁ ବୃଦ୍ଧି - ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌

ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପୁଣି ଦୁଇ ଜଣ ଗିରଫ । ଅଧିକ ପଢନ୍ତୁ

OSSC Question Leak
OSSC Question Leak
author img

By

Published : Aug 15, 2023, 9:30 AM IST

ବାଲେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା । ଆଉ ଦୁଇଜଣଙ୍କୁ ଗିରଫ କଲା ବାଲେଶ୍ଵର ପୋଲିସ । ଏହାକୁ ମିଶାଇ ଗିରଫଦାରୀଙ୍କ ସଂଖ୍ୟା 27ରେ ପହଞ୍ଚିଛି । ଦୁଇ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁରୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ୍‌ ସମେତ 5 ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରଖିଥିଲା ।

ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ଯେଉଁ ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍‌ କରାଯାଇଥିଲା, ସେଠାକୁ ମାଷ୍ଟରମାଇଣ୍ଡ୍‌କୁ ନେଇ ପୋଲିସ ଘଟଣାର ରିକ୍ରିଏସନ୍‌ କରିଥିଲା । ରିକ୍ରିଏସନ୍‌ ସମୟରେ ମାଷ୍ଟରମାଇଣ୍ଡ ବିଶାଲ କେମିତି କେଉଁ ଭାବରେ ପ୍ରଶ୍ନପତ୍ର ପାଇବାରେ ସଫଳ ହେଉଥିଲା ତାହା ବଖାଣିଥିଲା । ମାଷ୍ଟର ମାଇଣ୍ଡ ସହ ଥିବା ଅନ୍ୟତମ ସହଯୋଗୀ ପଶ୍ଚିମବଙ୍ଗ ଅଞ୍ଚଳର ପାର୍ଥ ସେନଗୁପ୍ତା। ପାର୍ଥ ଉକ୍ତ ପ୍ରିଣ୍ଟିଂ ପ୍ରେସରେ ଜଣେ ଆଉଟ ସୋର୍ସ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ । ପ୍ରିଣ୍ଟିଂ ପ୍ରେସକୁ ଶ୍ରମିକ ଯୋଗାଇ ସେମାନଙ୍କୁ ସେଠାରେ ବାଇଣ୍ଡିଂ କାର୍ଯ୍ୟରେ ନିୟୋଜିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-OSSC Question Leak: ପୁଣି ୮ ଗିରଫ, ଗିରଫଙ୍କ ମଧ୍ୟରେ ୨ ଶିକ୍ଷକ

ଏହି କାର୍ଯ୍ୟ କରାଉଥିବା କଣ୍ଟ୍ରାକ୍ଟର ପାର୍ଥ ସେନଗୁପ୍ତା ବିରେନ୍ଦ୍ର କୁମାରଙ୍କୁ ଗୋଟିଏ ସେଟ୍‌ ପ୍ରଶ୍ନପତ୍ର ଦେଉଥିବା ବେଳେ ବିଶାଲ କୁମାରଙ୍କୁ ଜଣାଇଥିଲେ । ଏହା ପୂର୍ବରୁ ବିରେନ୍ଦ୍ର ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ କରାଉଥିବା ପୋଲିସ ସୂଚନା ଦେଇଥିଲା । ଏବେ ବିରେନ୍ଦ୍ରଙ୍କୁ ରିମାଣ୍ଡରେ ନେବାପରେ ଏସବୁ ତଥ୍ୟ ପଦାକୁ ଆସିଛି । ଜୁଲାଇ 29 ତାରିଖରେ 55 ପରୀକ୍ଷାର୍ଥୀଙ୍କୁ OSSCର କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । OSSC ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏହି ରାକେଟ୍‌ ସହିତ ପ୍ରଶ୍ନପତ୍ର କାରବାରରେ ଜଡ଼ିତ ହୋଇଥିବା 92 ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି OSSC ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଅଗଷ୍ଟ 5 ତାରିଖରେ ତୃତୀୟ ପର୍ଯ୍ୟାୟ ତଦନ୍ତ ପରେ 8 ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ 2 ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିବା ପୋଲିସ ସୂଚନା ଦେଇଥିଲା । ଏହା ସହିତ ସେମାନଙ୍କ ନିକଟରୁ 34 ହଜାର 700 ଟଙ୍କା ଏବଂ 9ଟି ମୋବାଇଲ ଜବତ କରାଯାଇଥିଲା । ଗିରଫ ହୋଇଥିବା 2ଜଣ ଶିକ୍ଷକଙ୍କ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.