ETV Bharat / state

OSSC Question Leak: ପୁଣି ୮ ଗିରଫ, ଗିରଫଙ୍କ ମଧ୍ୟରେ ୨ ଶିକ୍ଷକ - ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପୋଲିସର ତଦନ୍ତ

OSSC ପ୍ରଶ୍ନପତ୍ର ଲିକ୍‌ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଦିନକୁ ଦିନ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ୁଥିବା ବେଳେ ଆଜି ଆହୁରି ୮ ଜଣଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

OSSC Question Leak
OSSC Question Leak
author img

By

Published : Aug 5, 2023, 9:00 PM IST

OSSC Question Leak

ବାଲେଶ୍ବର: ଜେଇ (ସିଭିଲ) ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ତଦନ୍ତ ପରେ ପୁଣି ୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ୨ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିବା ପୋଲିସ ସୂଚନା ଦେଇଛି । ଏହା ସହିତ ସେମାନଙ୍କ ନିକଟରୁ ୩୪ ହଜାର ୭୦୦ ଟଙ୍କା ଏବଂ ୯ଟି ମୋବାଇଲ ଜବତ କରାଯାଇଛି । ଗିରଫ ହୋଇଥିବା ୨ ଜଣ ଶିକ୍ଷକଙ୍କ ବାବଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏନେଇ ବାଲେଶ୍ଵର ଏସ୍‌ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, "ବିହାର ଅଞ୍ଚଳର ମାଷ୍ଟର ମାଇଣ୍ଡ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଥିବାବେଳେ ଆଜି ଗିରଫ ହୋଇଥିବା ବ୍ୟକ୍ତିମାନେ ଆବେଦନ କରିଥିବା ପିଲା ଓ ମାଷ୍ଟର ମାଇଣ୍ଡ ସହ ଯୋଗାଯୋଗ କରାଇ କମିଶନ କମାଉଥିଲେ । ଗୋଟିଏ ପିଲା ପିଛା ୮ରୁ ୧୦ ଲକ୍ଷ ଟଙ୍କା ନିଆଯାଉଥିବା ବେଳେ ସ୍ଥାନୀୟ ଦଲାଲମାନେ ଏହି ଟଙ୍କାରୁ କିଛି କମିଶନ କମାଉଥିଲେ । ଗିରଫ ହୋଇଥିବା ଶିକ୍ଷକ ଦୁଇ ଜଣ ହେଲେ ବିଜୟ ମଲ୍ଲିକ ଏବଂ ଅଜୟ ବିଶ୍ବାଳ । ଏହି ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।" ସେହିପରି ଅନ୍ୟ ଗିରଫମାନେ ହେଲେ ଶାନ୍ତନୁ ମିଶ୍ର, ସନ୍ଦୀପ କୁମାର ମହାନ୍ତି, ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା, ରାଜୀବ ଲୋଚନ ସାହୁ ଏବଂ ସପନ କୁମାର ରାଉତ ।

ଏହା ମଧ୍ୟ ପଢ଼ନ୍ତୁ...OSSC Paper Leak: ଗିରଫ ହେଲା ମାଷ୍ଟର ମାଇଣ୍ଡ, ପ୍ରିଣ୍ଟିଂପ୍ରେସ୍‌ରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

ତେବେ ଆଜିର ଗିରଫଦାରୀ ପରେ ସମୁଦାୟ ଗିରଫ ସଂଖ୍ୟା ୨୫ ହୋଇଥିବା ବେଳେ ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବରୁ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ସମେତ ୫ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ବୋଲି ସୂଚନା ଦିଆଯାଇଛି । ଆଜି ଗିରଫ ହୋଇଥିବା ମଧ୍ୟସ୍ଥିମାନେ ବିଭିନ୍ନ ଘରୋଇ କୋଚିଂ ସେଣ୍ଟର ଓ ଅନ୍‌ଲାଇନ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନମ୍ବର ସଂଗ୍ରହ କରି ସେମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କ ପାଖରୁ ଟଙ୍କା ନେଇ ପ୍ରଶ୍ନପତ୍ର ପ୍ରଦାନ କରୁଥିବା ଏସ୍‌ପି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.