ETV Bharat / state

ଯଶଶ୍ରୀଙ୍କ ଯଶ, ରଙ୍ଗ ତୂଳୀରେ ଚିତ୍ର ଆଙ୍କି ମନ ମୋହୁଛନ୍ତି

ବାଲେଶ୍ୱର ଜିଲ୍ଲା ବିଦୁ ଅଞ୍ଚଳର ରେଡିଓଗ୍ରାଫର ଯଶଶ୍ରୀ ଦ୍ୱିବେଦୀ । ଯିଏ ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର । କେବଳ କାଗଜ କି କାନଭାସ ନୁହେଁ ବରଂ ବୋତଲ, ମାଟି, ଶାମୁକା ଓ ଶଙ୍ଖ ଆଦିରେ ରଙ୍ଗ ଦେଇ ନୂଆ ରୂପ ଦେଉଛନ୍ତି ଯଶଶ୍ରୀ । ଅଧିକ ପଢନ୍ତୁ

author img

By

Published : Nov 9, 2022, 6:53 AM IST

Updated : Nov 9, 2022, 10:40 AM IST

Balasore painter Jasashri Dwivedi made her own identity by painting beautiful pictures
ଯଶଶ୍ରୀଙ୍କ ଯଶ, ରେଡ଼ିଓଗ୍ରାଫର ପେଶାରେ ଚିତ୍ର ଆଙ୍କିବା ନିଶା

ବାଲେଶ୍ୱର: ପେଶାରେ ସେ ଜଣେ ରେଡିଓଗ୍ରାଫର ହେଲେ ଚିତ୍ର ଆଙ୍କିବା ତାଙ୍କର ନିଶା । ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର। ବାଲେଶ୍ବର ଜିଲ୍ଲା ବିଦୁ ଅଞ୍ଚଳର ଯଶଶ୍ରୀ ଦ୍ୱିବେଦୀ । ଇଚ୍ଛା ଓ ଆଗ୍ରହ ବଳରେ ଜଣେ ସଫଳତାର ଶୀର୍ଷରେ ପହଞ୍ଚି ପାରେ ବୋଲି କରିଛନ୍ତି ପ୍ରମାଣିତ। ପିଲାବେଳେ ବହିରେ ଥିବା ଚିତ୍ର ଆଙ୍କି ବେଶ ଖୁସି ଅନୁଭବ କରୁଥିଲେ ସେ । ପାଠପଢ଼ା ଓ କ୍ୟାରିୟର ବ୍ୟସ୍ତତା ମଧ୍ୟରେ ରହି ସେ ଆଉ ଚିତ୍ରକଳା ପ୍ରତି ଧ୍ୟାନ ଦେଇ ପାରିନଥିଲେ। କିନ୍ତୁ ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ଆଉ ସେଥିପାଇଁ ସେ ମନର ଭାବନାରୁ ଆଙ୍କି ଚାଲିଥିଲେ ଗୋଟିଏ ପରେ ଗୋଟିଏ ଚିତ୍ର । କେତେବେଳେ କାଗଜ ଉପରେ ତ କେତେବେଳେ ପୁଣି ପଥର କିମ୍ବା ପତ୍ର ଉପରେ ।

ଆଜି ଯଶଶ୍ରୀ ଦ୍ୱିବେଦୀ ବୃତ୍ତିଗତ ଭାବେ ଜଣେ ରେଡିଓଗ୍ରାଫର, କିନ୍ତୁ ଚିତ୍ର ଆଙ୍କି ସେ ଢେର୍‌ ମାନସିକ ଶାନ୍ତି ପାଆନ୍ତି । ଯଶଶ୍ରୀ ନର୍ସରୀରେ ପଢିବା ଦିନଠାରୁ ମାଆ ମନୋରମା ଦ୍ୱିବେଦୀ ଓ ବାପା ଡକ୍ଟର ଜୟନ୍ତ କୁମାର ଦ୍ୱିବେଦୀଙ୍କ ପ୍ରେରଣା ତଥା ଗୁରୁ ରାଜ ବଲ୍ଲଭ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଜର ଚିତ୍ରକଳାକୁ ବିକଶିତ କରିଛନ୍ତି । କଳା, ଭାସ୍କର୍ଯ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ତାଙ୍କ ପ୍ରତି ଓଡ଼ିଆଙ୍କ ଭାବାବେଗ, ଓଡ଼ିଆ ଜନ ଜୀବନ, ବିଭିନ୍ନ ପଶୁ ପକ୍ଷୀ, ବୃକ୍ଷଲତା ଓ ପ୍ରକୃତିର ଚିତ୍ର ଆଙ୍କୁଛନ୍ତି ଯଶଶ୍ରୀ । କେବଳ କାଗଜ କି କାନଭାସ ନୁହେଁ ବରଂ ବୋତଲ, ମାଟି, ଶାମୁକା ଓ ଶଙ୍ଖକୁ ନିଜ ତୂଳୀରେ ଖୁବ୍ ସୁନ୍ଦର ଭାବେ ଚିତ୍ରିତ କରୁଛନ୍ତି ଯଶଶ୍ରୀ ।

ତେବେ ଡ. ଯଦୁନାଥ ଡିଗ୍ରୀ କଲେଜ ରସାଳପୁରରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱରରୁ ଡିପ୍ଲୋମା ଇନ୍ ରେଡିଓଲୋଜି ଥେରାପିରେ ଶିକ୍ଷା ସମାପ୍ତ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ରୂପେ ସେ ଉଭୟ ଉଦ୍ଭିଦ ବିଜ୍ଞାନ ବିଷୟରେ 2022 ବାର୍ଷିକ ପରୀକ୍ଷା ଫଳାଫଳରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏବେ ବାଲେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଚାକିରି କରୁଛନ୍ତି । ଚାକିରି ଭିତରେ ବି ସେ ନିଜକୁ ଖୁସି କରାଇବା ପାଇଁ ଯେତେବେଳେ ଯାହା ମନକୁ ଆସୁଛି ଆଙ୍କି ଚାଲିଛନ୍ତି । ଯଶଶ୍ରୀ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ବାଲେଶ୍ୱରର ଜଉ କଣ୍ଢେଇ ବାହାଘର ଅନୁଷ୍ଠାନ ତଥା ନିକଟରେ ଏକ ଏନଜିଓ ପକ୍ଷରୁ ଜାତୀୟ ସ୍ତରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟ ଲାଭ କରିବା ତାଙ୍କ ପାଇଁ ଏକ ମାଇଲ୍‌ଖୁଣ୍ଟ ବୋଲି ସେ କହିଛନ୍ତି ।

ଚିତ୍ରକଳା ବ୍ୟତୀତ ଫଟୋଗ୍ରାଫି, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ, ସଙ୍ଗୀତ ପରିବେଷଣ, ବକ୍ତୃତା, ତର୍କବିତର୍କ, ମେହେନ୍ଦୀ, ଝୋଟି, ରଙ୍ଗୋଲି ତଥା ବ୍ୟାଡମିଣ୍ଟନ ଖେଳରେ ମଧ୍ୟ ସେ ରୁଚି ରଖନ୍ତି । ଖାଲି ସେତିକି ନୁହେଁ ବରଂ ରୋଷେଇ କରିବାକୁ ମଧ୍ୟ ସେ ପସନ୍ଦ କରନ୍ତି ।

ଏହା ମଧ୍ୟ ପଢନ୍ତୁ- ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଲିତଙ୍କ ଅବସର, ବଡ଼ ଦାୟିତ୍ବ ଅଛି କହିଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ବୃତ୍ତିଗତ ପେଶା ସାଙ୍ଗକୁ ଏମିତି ଚିତ୍ର ଆଙ୍କି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯଶଶ୍ରୀ । ଉଭୟ ବୃତ୍ତିଗତ ଜୀବନ ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରି ପାରିଛନ୍ତି । ବୃତ୍ତିଗତ ସମୟ ସାରିବା ପରେ ନିଜକୁ ସମୟ ଦେଇ ସେ ନିଜର ଏ ନିଶାକୁ ଆଗେଇ ନେଉଛନ୍ତି । ଏମିତି କି ଜୀବନର ସବୁ ପ୍ରକାର ନୈରାଶ୍ୟଜନକ ସମୟରେ ମଧ୍ୟ ତାଙ୍କର ଏମିତି କଳା ତାଙ୍କୁ ବଞ୍ଚିବାର ଏକ ରାହା ଯୋଗାଇଥିବା କଥା ସେ କହିଛନ୍ତି । ବାପା ଜଣେ ଅଧ୍ୟାପକ ହୋଇଥିବା ବେଳେ ତାଙ୍କର ଆଦର୍ଶ ଓ ପ୍ରେରଣା ସାଙ୍ଗକୁ ମାଆଙ୍କ ସହଯୋଗ ତାଙ୍କୁ ଆଜି ବେଶ ଖୋରାକ୍‌ ଯୋଗାଇଛି । ବାସ୍ତବରେ ଏ ମଣିଷ ଯେତେବେଳେ ବୃତ୍ତିଗତ ଜୀବନରେ ବ୍ୟସ୍ତ ହୋଇଯାଏ ସେତେବେଳେ ନିଜ ଭିତରେ ଥିବା ଲୁକାୟିତ କଳାର ବିକାଶ କଥା ଭୁଲିଯାଏ । ଏହାର ବ୍ୟତିକ୍ରମ ଯଶଶ୍ରୀ ହୋଇଥିବା ବେଳେ ଏହା ନିଶ୍ଚିତ ଭାବେ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ।

ଇଟିଭି ଭାରତ, ବାଲେଶ୍ବର

Last Updated : Nov 9, 2022, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.