ବାଲେଶ୍ବର: ଉତ୍ତମ ଚିକିତ୍ସା ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା । ଦିନେ ହସଖୁସିରେ ଫାଟି ପଡୁଥିବା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ଦୁର୍ଘଟଣାରେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସିମୁଳିଆ ବ୍ଲକ ଗାଁ ମାର୍କୋଣା ଅଞ୍ଚଳର ଦିବାକର ମଲ୍ଲିକ । ଜୀବନ ବଞ୍ଚାଇବା ପାଇଁ ଝିଅର ଆକୁଳ ନିବେଦନ ।
ସୂଚନା ଅନୁସାରେ, ଗତ ୧୫ ତାରିଖ ଦିନ ଦିବାକର ସିମୁଳିଆରୁ ଏକ ବାଇକ ଯୋଗେ ବାହାନଗା ନିକଟ ବାରିକପୁର ହାଟକୁ ଯିବାବେଳେ ସୋର ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦିବାକର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ କଟକରେ ଏକ ଘରୋଇ ମେଡିକାଲର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ଏବେସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ବେଳେ ଆଗକୁ ଖର୍ଚ୍ଚ କରିବା ନିମନ୍ତେ ପରିବାର ପକ୍ଷେ ଆଉ ସମ୍ବଳ ନାହିଁ ।
ଏଥିପାଇଁ ଦିବାକରଙ୍କ ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଲୋଡିଛନ୍ତି ପରିବାର ଲୋକେ । ଯଦି କୌଣସି ସହୃଦୟ ବ୍ୟକ୍ତି ଦିବାକରଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଥାନ୍ତି ତେବେ ତାଙ୍କର ଫୋନ ପେ ନମ୍ବର ୯୫୫୬୫୯୧୯୯୪ ଯୋଗେ ସହାୟତା କରିବାକୁ ନିବେଦନ କରାଯାଇଛି ।
ଇଟିଭି ଭାରତ, ବାଲେଶ୍ବର