ବାଲେଶ୍ବର: ରାଜ୍ୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବିକାଶ ପରିଷଦକୁ ସକ୍ରିୟ କରିବା ନେଇ ଦାବି ଜଣାଇଲେ କାରିଗର । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ଓ ବାଲିଆପାଳ କାରିଗର । ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି ।
ସୂଚନା ଅନୁସାରେ ଗତ ୨୨ ମାସ ତଳେ ବୁଣାକାରଙ୍କ ସାମଗ୍ରିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହସ୍ତତନ୍ତ, ହସ୍ତଶିଳ୍ପ ଓ ବିକାଶ ପରିଷଦ ଗଠନ କରାଯାଇଥିଲା । ହେଲେ ତାହା ତାହା ନିଷ୍କ୍ରିୟ ହୋଇ ପଡ଼ିରହିଛି । ଶିଳ୍ପୀ ମହାସଂଘ ପକ୍ଷରୁ ବାରମ୍ବାର ଅନୁରୋଧ ପରେ ବି ପରିଚାଳନା କମିଟି ଗଠନ କରାଯାଉନାହିଁ । ଏହାର ପ୍ରତିବାଦ ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କୁ ସାମୁହିକ ଭାବେ ଚିଠି ଲେଖିଛନ୍ତି କାରିଗର ।
ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ବିକାଶ ପରିଷଦକୁ ପୁନଃ ସକ୍ରିୟ କରିବା ସହ ଶିଳ୍ପୀ ଓ ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଭଳି ଦାବି ଚିଠିରେ ଉଲ୍ଲେଖ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ