ETV Bharat / state

ଛେଳି ସହ ଛାତ୍ରଛାତ୍ରୀଙ୍କ ଖାଇବା ଘଟଣା: ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍

author img

By

Published : Dec 11, 2019, 2:34 PM IST

Updated : Dec 11, 2019, 10:03 PM IST

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ପିଞ୍ଚାବଣିଆ ଗାଁରେ ଛେଳି ସହ ଅଙ୍ଗନବାଡି ପିଲା ଭୋଜନ କରିବା ଘଟଣା । ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ସିଡିପିଓ ।

Goat eat student rice plate
ପିଲାଙ୍କ ସହ ଛେଳି ଖାଇଲା ଭାତ, ଡାଲି

ବାଲେଶ୍ବର: ଛେଳିଙ୍କ ସହ ମିଶି ଅଙ୍ଗନବାଡି ଛାତ୍ରଛାତ୍ରୀ ରନ୍ଧା ଖାଦ୍ୟ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଅଙ୍ଗନବାଡି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦରମା ବନ୍ଦ ନିର୍ଦ୍ଦେଶ । ଏଥିସହ ଉଭୟ ଅଙ୍ଗନବାଡି କର୍ମୀ ଓ ସହାୟିକାକୁ କାରଣ ଦର୍ଶାଇ ନୋଟିସ୍ ଜାରି କରିଛନ୍ତି ଔପଦା ସିଡିପିଓ ।

ପିଲାଙ୍କ ସହ ଛେଳି ଖାଇଲା ଭାତ, ଡାଲି

ସୂଚନା ଅନୁସାରେ, ପିଞ୍ଚାବଣିଆ ଗାଁର ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ହେଲେ ଖାଇବାବେଳେ ପିଲାଙ୍କ ଥାଳିରୁ ଛେଳି ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । କୁନିକୁନି ପିଲାମାନେ ନ ଜାଣି ଛେଳି ସହ ମିଶି ସବୁ ଖାଦ୍ୟ ଖାଇଥିଲେ । ପିଲାଙ୍କ ସହ ଛେଳି ଖାଇବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଡିପିଓ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକର ଏକ ଅଙ୍ଗନବାଡିରେ ପିଲା ଖାଦ୍ୟ ଖାଉଥିବା ବେଳେ ଛେଳି ଆସି ଥାଳିରୁ ଖାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଔପଦା ବ୍ଲକ ପିଞ୍ଚାବଣିଆ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ହେଲେ ଖାଇବା ବେଳେ ପିଲାଙ୍କ ଉପରେ କର୍ମୀ ନଜର ନରଖିବା ବେଳେ ଏକ ଛେଳି ପିଲାଙ୍କ ଥାଳିରୁ ଖାଉଥିବା ଦେଖିବାକୁ ମିଳିଥିଲା। କୁନିକୁନି ପିଲାମାନେ ନଜାଣି ତାଙ୍କ ସହ ଖାଇଥିଲେ। ପିଲାଙ୍କ ସହ ଛେଳି ଖାଇବା ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।Conclusion:
Last Updated : Dec 11, 2019, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.