ETV Bharat / state

ନାବାଳିକାଙ୍କୁ କ୍ୟାନ୍ସର ହେବା ଘଟଣା, ଦମ୍ପତିକୁ ଦାୟୀ କରି ଥାନାରେ ମାମଲା - କ୍ୟାନସରରେ ଛଟପଟ ୧୩ ବର୍ଷିୟା ମିନତୀ

ବାଲେଶ୍ଵର ସଦର ଥାନା ଜମ୍ବେଶ୍ୱରପୁର ଗାଁର ଜଣେ ନାବାଳିକାର ଗୋଡ଼ ଫୁଲି କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ନେଇ ଘରେ ରଖିଥିବା ବ୍ୟକ୍ତିଙ୍କ ନାମରେ ସଦର ଥାନାରେ ଏତଲା ଦିଆଯାଇଛି । ଅଧିକ ପଢ଼ନ୍ତୁ

ନାବାଳିକାଙ୍କୁ କ୍ୟାନ୍ସର ହେବା ଘଟଣା, ଦମ୍ପତ୍ତିକୁ ଦାୟୀ କରି ଥାନାରେ ମାମଲା

author img

By

Published : May 28, 2022, 8:48 PM IST

ବାଲେଶ୍ବର : କ୍ୟାନସରରେ ଛଟପଟ ୧୩ ବର୍ଷିୟା ମିନତୀ । ମେଡିକାଲ ବେଡରେ ପଡି ବଞ୍ଚିବା ପାଇଁ କରୁଛି ସଂଗ୍ରାମ । ଅର୍ଥ ଅଭାବରୁ ହୋଇ ପାଇପାରୁନି ଉତ୍ତମ ଚିକିତ୍ସା । ହେଲେ ଆଜି ମିନତୀର ଏହି ଅସୁବିଧା ପାଇଁ ପରିବାର ଲୋକେ ଦାୟୀ କରିଛନ୍ତି ମିନତୀଙ୍କୁ ଲାଳନ ପାଳନ କରିବା ପାଇଁ ନେଇଥିବା ଦମ୍ପତିଙ୍କ ନାଁରେ । ଏନେଇ ଏହି ଦମ୍ପତିଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି ।

ସୂଚନାନୁସାରେ ଗ୍ରାମର ରଥ ସିଂ ଓ ସାବିତ୍ରୀ ସିଂଙ୍କ ସାନଝିଅ ମିନତୀଙ୍କୁ ଦିଲ୍ଲୀର ଜଣେ ଦମ୍ପତି ଲାଳନ ପାଳନ କରିବା ପାଇଁ ନେଇଯାଇଥିଲେ । ସେଠାରେ ମିନତୀ ଏକ ମନ୍ଦିର ସିଡିରୁ ଖସି ପଡିବାରୁ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପରେ ଏହି ଆଘାତ କ୍ୟାନ୍ସରର ରୂପ ନେଇଛି। ମିନତୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ରାଜମିସ୍ତ୍ରୀ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ଆଉ ଏବେ ମିନତୀଙ୍କ ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହେଉଥିବାବେଳେ ଅଭାବୀ ପରିବାର ଏଥିପାଇଁ ଅସମର୍ଥ ।

ଝିଅର ଏମିତି କଷ୍ଟ ପାଇଁ ପରିବାର ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରି ତାଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଠିକ ସମୟରେ ମିନତୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇନଥିବାରୁ ପରବର୍ତ୍ତୀ ସମୟରେ ଉକ୍ତ ଆଘାତ ପ୍ରାପ୍ତ ସ୍ଥାନଟି ଯନ୍ତ୍ରଣା ଦେବା ସହ ଫୁଲି ଯାଇଥିଲା ଓ ଗୁରୁତର ଅବସ୍ଥା ହେବାରୁ ସେମାନେ ପରିବାର ପାଖରେ କିଛି ଦିନ ଆରାମ କରିବାର ବାହାନା ଦେଖାଇ କର୍କଟ ରୋଗରେ ଅସମ୍ପୂର୍ଣ୍ଣ ଚିକିତ୍ସା କରାଇ ଛାଡି ଦେଇଥିଲେ ।

ଏହା ବି ପଢ଼ନ୍ତୁ : କ୍ୟାନସରରେ ଛଟପଟ ୧୩ ବର୍ଷୀୟା ମିନତୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଲୋଡିଲେ ପରିବାର

ପରିବାର ଲୋକ ଉକ୍ତ ବ୍ୟକ୍ତିଙ୍କୁ ମିନତୀଙ୍କ କର୍କଟ ରୋଗ ବିଷୟରେ ଜଣାଇଥିଲେ ମଧ୍ୟ ସେମାନେ କୌଣସି ସହଯୋଗର ହାତ ବଢ଼ାଉ ନଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.