ETV Bharat / state

ବିନା ପ୍ରଶିକ୍ଷଣରେ ଆଙ୍କୁଛନ୍ତି ଜୀବନ୍ତ ଚିତ୍ର, ବାପା ଦେଉଛନ୍ତି ପ୍ରେରଣା ମୋବାଇଲ ସାଜିଛି ଗୁରୁ

author img

By ETV Bharat Odisha Team

Published : Jan 12, 2024, 10:11 PM IST

Balasore Girl Drawing Realistic painting: ବିନା କୌଣସି ପ୍ରଶିକ୍ଷଣରେ କେବଳ ମୋବାଇଲରୁ ଦେଖି ଆଙ୍କୁଛନ୍ତି ଅବିକଳ ଚିତ୍ର । ଆଉ ସେ ଚିତ୍ରକୁ ଦେଖିଲେ ପ୍ରଶଂସା ନକରି ରହି ହେବନି । ଅଧିକ ପଢ଼ନ୍ତୁ

କଥା କହୁଛି ଜିଜ୍ଞାସା ତୂଳୀ
କଥା କହୁଛି ଜିଜ୍ଞାସା ତୂଳୀ
କଥା କହୁଛି ଜିଜ୍ଞାସା ତୂଳୀ

ବାଲେଶ୍ବର: କଥା କୁହେ ତାଙ୍କ ତୁଳୀ । ପେନସିଲ ସ୍କେଚ ହେଉ ଅବା ସେ କଲର ପେଣ୍ଟିଂ । ଅତି ନିଖୁଣ ଭାବରେ କାଗଜରେ ଆଙ୍କି ଦେଉଛନ୍ତି ଅନେକ ଚିତ୍ର । ବିନା କୌଣସି ପ୍ରଶିକ୍ଷଣରେ କେବଳ ମୋବାଇଲରୁ ଦେଖି ଆଙ୍କୁଛନ୍ତି ଅବିକଳ ଚିତ୍ର । ଆଉ ସେ ଚିତ୍ରକୁ ଦେଖିଲେ ପ୍ରଶଂସା ନକରି ରହି ହେବନି । ସେ ହେଉଛନ୍ତି ବାଲେଶ୍ବରର ଜିଜ୍ଞାସା ପ୍ରିୟଦର୍ଶନୀ ବେହେରା । ତାଙ୍କ ଚିତ୍ରକୁ ଯିଏ ଦେଖିବ ଘଡିଏ ଅଟକି ରହିବ । ବାପାଙ୍କ ପ୍ରୋତ୍ସାହନ ସାଙ୍ଗକୁ ମୋବାଇଲର ସହାୟତା ତାଙ୍କ ଚିତ୍ରକୁ ଦେଇଛି ଏକ ନୂଆ ପରିଚୟ ।

ଚିତ୍ରକଳା ପ୍ରତି ଆକର୍ଷଣ: ରାଜକିଶୋର ବେହେରା ଏବଂ ରାଜଶ୍ରୀ ମହାନ୍ତିଙ୍କ ସୁକନ୍ୟ ହେଉଛନ୍ତି ଜିଜ୍ଞାସା । ପିଲାଟି ଦିନରୁ ଚିତ୍ରକଳା ତାଙ୍କୁ ଆକର୍ଷିତ କରିଥିଲା । ପିଲାଟି ଦିନରୁ କାଗଜ କଲମ ଯାହା ତାଙ୍କ ହାତରେ ପଡେ ସେ କିଛି ନା କିଛି ଗାରେଇ ପକାନ୍ତି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅର ଚିତ୍ର ପ୍ରତିଥିବା ଆଗ୍ରହକୁ ଦେଖି ଜଣେ ପ୍ରଶିକ୍ଷକଙ୍କ ପାଖରେ ଛଡା ଯାଇଥିଲା । କୌଣସି କାରଣରୁ ପ୍ରଶିକ୍ଷଣ ନେଇ ପାରି ନଥିଲେ ଜିଜ୍ଞାସା । ଲୁହାକୁ ଚୁମ୍ବକ ଟାଣିଲା ପରି ଚିତ୍ରକଳା ତାଙ୍କୁ ଟାଣି ଥିଲା । ବୟସ ବଢ଼ିବା ସହ କଳା ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଦୁଇଗୁଣ ହୋଇଯାଇଥିଲା । ଏବେ ଏକ ଘରୋଇ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗରେ ବିଟେକ କରିବା ସହ ଚିତ୍ର ଅଭ୍ୟାସ ଜାରି ରଖିଛନ୍ତି ଜିଜ୍ଞାସା । ପାଠପଢ଼ାରୁ ଟିକିଏ ଫୁରୁସତ ମିଳିଲେ କାଗଜ, ପେନ୍ସିଲ ଏବଂ ରଙ୍ଗତୁଳୀ ଧରି ଚିତ୍ର ଆଙ୍କିବାର ଲାଗି ପଡ଼ନ୍ତି ସେ । ପେନସିଲ ସାହାଯ୍ୟରେ ସେ ଆଙ୍କିଛନ୍ତି ଅନେକ ସ୍କେଚ । ଲତା ମଙ୍ଗେସ୍କରଙ୍କ ଚିତ୍ର ହେଉ ଅବା ଦୀପିକା ପାଦୁକୋନର ଚିତ୍ର, ଅବିକଳ କାଗଜରେ ଆଙ୍କିଛନ୍ତି ତାଙ୍କ ଚିତ୍ର ।

ବାପାଙ୍କ ଠାରୁ ମିଳେ ପ୍ରେରଣା: ଚିତ୍ରକଳା ପାଇଁ ସେ ଅନେକ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି । କଳା ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା, ଆଉ ଏହି ଦୁର୍ବଳତା ହିଁ ତାଙ୍କୁ ଦେଇଛି ଏକ ନୂତନ ପରିଚୟ । ସେ କହିଛନ୍ତି, ‘‘ତାଙ୍କ ବାପା ତାଙ୍କୁ ସବୁବେଳେ ଚିତ୍ର ପାଇଁ ପ୍ରୋତ୍ସାହନ ଦେବା ସହ ତାଙ୍କର କଳାର ବିକାଶ ଦିଗରେ ପ୍ରେରଣା ଦିଅନ୍ତି ।’’ କୌଣସି ଚିତ୍ର ଆଙ୍କିବା ପୂର୍ବରୁ ସେ ପ୍ରଥମେ ବାପାଙ୍କ ମତ ଗ୍ରହଣ କରିଥାନ୍ତି । ପରେ ମୋବାଇଲ ଦ୍ୱାରା ଚିତ୍ର ଆଙ୍କିବାର କୌଶଳ ଶିଖି ତାହାକୁ କାଗଜରେ ଆଙ୍କିଥାନ୍ତି । କେବଳ ଚିତ୍ରକଳା ନୁହେଁ ତା ସାଙ୍ଗକୁ ଓଡିଶୀ ନୃତ୍ୟରେ ମଧ୍ୟ ରୁଚି ରଖିଛନ୍ତି ଜିଜ୍ଞାସା ।

ଏହା ମଧ୍ୟ ପଢ଼ନ୍ତୁ.... ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ନବରଙ୍ଗପୁର ପୁଅ ଧିରଜ, ଇଂରାଜୀ ଶିଖାଇବା ଶୈଳୀ ହେଉଛି ଭାଇରାଲ

ଆଗାମୀ ଦିନରେ ତାଙ୍କୁ ସଫଳତା ମିଳୁ ବୋଲି ପଡ଼ୋଶୀ ଆଶା ବ୍ୟକ୍ତ କରିଛନ୍ତି । ତେବେ ତୁଳସି ଦୁଇ ପତ୍ରରୁ ବାସିଲା ଭଳି, ଭଲ ପାଠ ପଢ଼ିବା ସାଙ୍ଗକୁ ଚିତ୍ରକଳା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛି । କମ୍ପ୍ୟୁଟର ସାଇନ୍ସରେ ବିଟେକ କରୁଥିବା ଜିଜ୍ଞାସାଙ୍କର ଚିତ୍ର ପ୍ରତି ଥିବା ନିଶା ଓ ଏକାଗ୍ରତା ପାଇଁ ସେ ବେସ ପ୍ରଶଂସା ସାଉଁଟୁଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.