ETV Bharat / state

ଆମ୍ଫାନ ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ - district administration fully prepared to tackle cyclone amphan

ଗୋଟିଏ ପଟେ ମାହାମାରୀ କୋରୋନା ସମସ୍ତଙ୍କୁ ଥରହର କରୁଥିବାବେଳେ ଅନ୍ୟପଟେ ମାଡି ଆସୁଛି ବାତ୍ୟା ଆମ୍ପାନ । ଆଉ ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଆମ୍ଫାନ ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : May 17, 2020, 3:45 PM IST

ବାଲେଶ୍ବର: ସମ୍ଭାବ୍ୟ ବାତ୍ୟା ଆମ୍ଫାନକୁ ନେଇ ପ୍ରସ୍ତୁତ ହୋଇଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ । ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପାଖରୁ ଆରମ୍ଭ କରି ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି ।

ଆମ୍ଫାନ ମୁକାବିଲା ପାଇଁ ଏନଡିଆରଏଫର ଦୁଇଟି ଟିମ ପ୍ରସ୍ତୁତ ହୋଇଥିବା ବେଳେ ଗୋଟିଏ ଟିମ ଜିଲ୍ଲାର ତଳିଆ ଅଞ୍ଚଳ ଭୋଗରାଇ ଯାଇଥିବା ସୂଚନା ମିଳିଛି । ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

ଆମ୍ଫାନ ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବାଲେଶ୍ଵର ଅଗ୍ନିଶମ ବିଭାଗକୁ ସହଯୋଗ କରିବା ପାଇଁ ବାହାରୁ 15ଟି ଟିମ ବାଲେଶ୍ଵର ଆସୁଛନ୍ତି । ଅନ୍ୟପଟେ ଜିଲ୍ଲାରେ ଥିବା 140 ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 58ଟି କୋରୋନା କ୍ବାରେନଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ବିଭିନ୍ନ ବ୍ଲକରେ ଥିବା 586 ଟି ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟକ୍ଷମ କରାଯିବ । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଦୁଇଦିନ ମକଡ୍ରିଲ କରାଯିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.