ETV Bharat / state

ବାଲେଶ୍ବର ଗସ୍ତରେ ଆସୁଛନ୍ତି 5T ସଚିବ, 5ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ବାଲେଶ୍ବର ଗସ୍ତରେ ଆସୁଛନ୍ତି 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବଙ୍କ ଗସ୍ତକୁ ବିରୋଧ କରି ତାଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

congress pressmeet in balasore
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
author img

By

Published : Jun 21, 2023, 9:11 PM IST

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର: ବାଲେଶ୍ବର ଗସ୍ତରେ ଆସୁଛନ୍ତି 5T ସଚିବ ଭି. କେ ପାଣ୍ଡିଆନ । ଏଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ଦଳୀୟ ନେତାମାନେ ସମସ୍ତେ ତତ୍ପର । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ 5T ସଚିବଙ୍କୁ ପଚାରିଛି ପାଞ୍ଚଟି ପ୍ରଶ୍ନ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବା ସହ ପାଞ୍ଚଟି ପ୍ରଶ୍ନ ରଖିଛି କଂଗ୍ରେସ ।

ବାଲେଶ୍ଵର ଉତ୍ତର ଓଡ଼ିଶାର ସବୁଠାରୁ ପୁରାତନ ଓ ଗୁରୁତ୍ଵପୂର୍ଣ୍ଣ ସହର ହୋଇଥିବା ବେଳେ ବିଜେଡି ଦୀର୍ଘ ୨୩ ବର୍ଷ ଧରି ଜନସାଧାରଣଙ୍କ ଠାରୁ ଅହେତୁକ ସମର୍ଥନ ପାଇ ଆସୁଛି । କିନ୍ତୁ ପ୍ରତିଦାନରେ ବାଲେଶ୍ବରବାସୀଙ୍କୁ ଲଗାତର ଭାବେ ଅବହେଳା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି, "ଏବେ ଓଡ଼ିଶାରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ସଚିବ ମନ୍ତ୍ରୀମାନଙ୍କ ଗସ୍ତରେ ସମସ୍ତ ଦାୟିତ୍ୱ ନେବା କଥା ମାତ୍ର ମନ୍ତ୍ରୀମାନେ ସଚିବଙ୍କ ଗସ୍ତ ପାଇଁ ବେଶ ତତ୍ପର । ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସଚିବଙ୍କ ପାଇଁ ପ୍ରଶାସନ ଠାରୁ ରାଜନେତା ଯାଏ ଯେମିତି ବ୍ୟସ୍ତ ହୋଇ ପଡୁଛନ୍ତି । ଲାଗୁଛି ସତେ ଯେମିତି ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଗସ୍ତରେ ଆସୁଛନ୍ତି । ଏହାକୁ ନେଇ କଂଗ୍ରେସ ପାଞ୍ଚଟି ପ୍ରଶ୍ନ କରିଛି ।"

ବାଲେଶ୍ଵର ଜିଲ୍ଲାକୁ ଉତ୍ତର ଓଡ଼ିଶା ତଥା ପୂର୍ବ ଭାରତର ଏକ ସ୍ବାସ୍ଥ୍ୟ ହବ୍‌ କରିବା ଉଦ୍ଦେଶ୍ୟରେ ୨୦୦୯ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଦ୍ଵାରା ୩୫୦ ଶଯ୍ୟାବିଶିଷ୍ଟ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ବିଶ୍ବ ସ୍ତରୀୟ ଜନସ୍ବାସ୍ଥ୍ୟ ବିଦ୍ୟାଳୟ ଲାଗି ମଞ୍ଜୁର କରାଯାଇଥିଲା । ମେଡ଼ିକାଲ କଲେଜ ଏବଂ ମୁଖ୍ୟ ଡାକ୍ତରଖାନାରେ ନୂତନ ପ୍ରସୂତି, ଶିଶୁ ବିଭାଗ ଓ ଟ୍ରୋମା ସେଣ୍ଟର ସ୍ଥାପନ କରାଯାଇଥିଲା । ବର୍ତ୍ତମାନର ଏନଡିଏ ସରକାର ବାଲେଶ୍ବରରେ ଏମ୍ସକୁ ଗୋଟିଏ OPDରେ ସୀମିତ ରଖି ଅନ୍ୟତ୍ର ସ୍ଥାନାନ୍ତରିତ କଲେ ସେତେବେଳେ ରାଜ୍ୟ ସରକାରରେ BJD ଥାଇ ନିରବ ରହିଲା କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଜିଲ୍ଲାର ମୁଖ୍ୟ ଡାକ୍ତରଖାନାର ୧୭୨ ରୁ ଅଧିକ ଡାକ୍ତରଙ୍କର ପଦବୀ କାହିଁକି ପୂରଣ ହେଉନାହିଁ ? ବାଲେଶ୍ଵର ସହର ଓଡ଼ିଶାର ସର୍ବପୁରାତନ ସହର ତଥା ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ଥାଇ ମଧ୍ୟ ବାଲେଶ୍ଵର ସହରକୁ କାହିଁକି ମହାନଗର ନିଗମରେ ପରିଣତ କରାଯାଉ ନାହିଁ ଏବଂ ମହାନଗର ନିଗମର ସୁବିଧା ସୁଯୋଗକୁ ବାଲେଶ୍ବରବାସୀଙ୍କୁ ବଞ୍ଚିତ ରଖାଯାଉଛି କାହିଁକି ? ସେହିପରି ସୁବର୍ଣ୍ଣରେଖା ନଦୀର ବନ୍ୟାରେ ବାଲେଶ୍ବରର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ଵର, ଭୋଗରାଇରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ତଥାପି ବହୁ ପ୍ରତିକ୍ଷିତ ଓ ପ୍ରସ୍ତାବିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରାଯାଉ ନାହିଁ କାହିଁକି ? ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କେବେ ଶେଷ ହେବ ? ବାଲେଶ୍ଵରକୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ିବାର ପରିକଳ୍ପନା କରି ବହୁ ବୃହତ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନମାନ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦିଆଯାଇଥିଲା । ବାଲେଶ୍ଵରରେ ଶିଳ୍ପାନୁଷ୍ଠାନ ହେବା ପାଇଁ ସବୁ ଭିତ୍ତିଭୂମି ଥିବା ବେଳେ ବିଗତ ୨୩ ବର୍ଷ ଶାସନରେ ବାଲେଶ୍ଵରକୁ ଶିଳ୍ପ ବିହୀନ କରି ଜିଲ୍ଲାରେ ବେକାରୀ ସମସ୍ୟାକୁ ଉତ୍କଟ କରିବାର କାରଣ କଣ ?

ବାଲେଶ୍ବର ଧଳା ଜହର ପେଣ୍ଠ ପାଲିଟିଛି । ଆଗାମୀ ଯୁବ ପିଢ଼ିଙ୍କୁ ରକ୍ଷା କରିବାକୁ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ଯୋଜନା ଅଛି ନା ଖାଲି ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ହେଉଛି ? ଏମିତି କିଛି ପ୍ରଶ୍ନ କରି ସଚିବଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.