ETV Bharat / state

ଜିଲ୍ଲା ହସ୍ପିଟାଲକୁ ଜିଲ୍ଲାପାଳଙ୍କ ସରପ୍ରାଇଜ ଭିଜିଟ: ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ - collector visit

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ରୋଗୀସେବା ବିପର୍ଯ୍ୟୟ ହୋଇ ପଡ଼ିଥିବା ବେଳେ ଏବେ ‘ମୋ ସରକାର’ ଲାଗୁ ହେବାପରେ ଜିଲ୍ଲାପାଳ ମେଡିକାଲ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ମେଡିକାଲ ବୁଲିଲେ, ସମସ୍ୟା ପଚାରି ବୁଝିଲେ ଜିଲ୍ଲାପାଳ
author img

By

Published : Oct 31, 2019, 8:58 PM IST

ବାଲେଶ୍ବର: ନେତା ମନ୍ତ୍ରୀଙ୍କ ପରେ ଏବେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ । ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ ଭିଜିଟ୍‌ କରିଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ତାଙ୍କ ସହ ଏସ୍‌ପି ଯୁଗଳ କିଶୋର କୁମାର ମଧ୍ୟ ଉପସ୍ଥିତ ଥିଲେ ।

ମେଡିକାଲ ବୁଲିଲେ, ସମସ୍ୟା ପଚାରି ବୁଝିଲେ ଜିଲ୍ଲାପାଳ

ଜିଲ୍ଲାପାଳ ପ୍ରଥମେ ସିଡିଏମଓଙ୍କ ସହ ମେଡିକାଲରେ ରୋଗୀ ସେବା କଥା ଆଲୋଚନା କରିଥିଲେ । ଏହାସହ ଆଉଟଡୋର ଟିକେଟ କାଉଣ୍ଟର ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ଓ ଏସପି ମେଡିସନ ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଥିଲେ ।

ରୋଗୀଙ୍କୁ ଠିକ୍‌ ସମୟରେ ଔଷଧ ମିଳୁ ନଥିବା ଅଭିଯୋଗ ହେଉଥିବାରୁ ନିରାମୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଆଗକୁ ଏହିପରି ଭାବରେ ମେଡିକାଲ ପରିଦର୍ଶନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ରୋଗୀସେବା ବିପର୍ଯ୍ୟୟ ହୋଇ ପଡ଼ିଥିବା ବେଳେ ଏବେ ମୋ ସରକାର ଲାଗୁ ହେବାପରେ ଜିଲ୍ଲାପାଳ ମେଡିକାଲ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ଆଜି ଅପରାହ୍ନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ବାଲେଶ୍ଵର ଏସପି ବି ଯୁଗଳ କିଶୋର କୁମାର ମେଡିକାଲରେ ପହଞ୍ଚିଥିଲେ। ପ୍ରଥମେ ସିଡିଏମଓଙ୍କ ସହ ମେଡିକାଲରେ ରୋଗୀସେବା କଥା ଆଲୋଚନା କରିଥିଲେ। ପରେ ସେଠାରୁ ଆଉଟଡୋରେ ଟିକେଟ କାଉଣ୍ଟର ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ଉଦ୍ଦିଷ୍ଟ ଟିକେଟ ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଯୋଗୁଁ ଏହାକୁ ବଢାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଓ ଏସପି ମେଡିସନ ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଥିଲେ। ରୋଗୀଙ୍କୁ ଠିକ ସମୟରେ ଔଷଧ ମିଳୁ ନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ନିରାମୟରେ ସମସ୍ତ ପ୍ରକାର ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶେଷରେ ସବୁଠୁ ବେଶି ଅଭିଯୋଗ ଆସୁଥିବା ମାତୃ ଓ ଶିଶୁ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ଓ ଏସପି। ବିଭିନ୍ନ ୱାର୍ଡରେ ମେଡିକାଲ କର୍ମଚାରୀମାନେ ନିଜର ଗାଡି ରଖି ଦେଉଥିବାରୁ ଏହାକୁ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହିପରି ଆଗାମୀ ଦିନରେ ନିୟମିତ ଭାବେ ମେଡିକାଲ ପରିଦର୍ଶନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ବାଇଟ- କେ ସୁଦର୍ଶନ ଚକ୍ରବର୍ତ୍ତୀ(ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.