ETV Bharat / state

National Championship 2023: ରାଜ୍ୟ ପାଇଁ ଗର୍ବ ଆଣିଲେ ଅନିରୁଦ୍ଧ, ଜିିତିଲେ ରୌପ୍ୟ ପଦକ

author img

By

Published : Jul 21, 2023, 11:44 AM IST

ଭାରତୀୟ ଖେଳ ସଂଘରେ ସାମିଲ୍ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଯୁବ କ୍ରୀଡା ପ୍ରତିଭା ଅନିରୁଦ୍ଧ ଶଙ୍ଖୁଆ । ଜାତୀୟ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅନିରୁଦ୍ଧ । ଅଧିକ ପଢନ୍ତୁ

ଜାତୀୟ ଚମ୍ପିଆନସିପିରେ ଜିିତିଲେ ରୌପ୍ୟ ପଦକ
Anirudha sankhua bags silver medal in National championship

ବାଲେଶ୍ବର: ରାଜ୍ୟ ପାଇଁ ଗର୍ବ ଓ ଗୌର୍ବବ ଆଣୁଛନ୍ତି ଖେଳାଳି । ଜାତୀୟସ୍ତରରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ଯୁବ ପ୍ରତିଭା ଅନିରୁଦ୍ଧ ଶଙ୍ଖୁଆ । ଜାତୀୟ ଚମ୍ପିଆନସିପରେ ଅନୁଷ୍ଠିତ ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି । ସବୁ ପ୍ରତିକୂଳ ପରିବେଶକୁ ଆଡ଼େଇ ଅନିରୁଦ୍ଧ ଏବେ ସଫଳତା ଆଡ଼କୁ ମାଡ଼ି ଚାଲିଛନ୍ତି । ଅନିରୁଦ୍ଧ ଭାରତୀୟ ଖେଳ ସଂଘରେ ସାମିଲ୍ ହୋଇ ୪୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡିଶା ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ।

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ବମତିଆ ଗ୍ରାମର ରମାକାନ୍ତ ଶଙ୍ଖୁଆଙ୍କ ପୁଅ ଅନିରୁଦ୍ଧ ଶଙ୍କୁଆ । ପିଲାବେଳୁ ଖେଳରେ ରୁଚି ରଖିଲେ ଅନିରୁଦ୍ଧ । ବିଭିନ୍ନ ଖେଳ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା । ଏହି ଖେଳ ଯେ ଦିନେ ତାଙ୍କୁ ଏମିତି ପରିଚୟ ପ୍ରଦାନ କରିବ ତାହା ଆଜି ପ୍ରମାଣିତ ହୋଇଛି । ଉତ୍ତରପ୍ରଦେଶର ମଥୁରା ହରଦୟାଲ ଟେକନିକାଲ କ୍ୟାମ୍ପସରେ ଦୁଇ ଦିନ ଧରି ଚାଲୁଥିବା ଜାତୀୟ ଚମ୍ପିଆନସିପ ଦୌଡ଼ ପ୍ରତିଯୋଗିତାରେ ଅନିରୁଦ୍ଧ ଅଂଶଗ୍ରହଣ କରିଥିଲେ । ଏଥିରେ ଅନିରୁଦ୍ଧ ୪ଶହ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Volleyball Player Rajaq: ଦେଶ ପାଇଁ ଗୌରବ ଆଣିଲେ ରଜାକ: ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ

ଏହା ବି ପଢନ୍ତୁ...ବର୍ଲିନ ଅଲମ୍ପିକ୍ସରେ ଚମକିଲେ ବଲାଙ୍ଗୀର ପୁଅ, ଜିତିଲେ ରୌପ୍ୟ ପଦକ

ଏହି ସଫଳତା ପାଇବା ପରେ ଖେଳପ୍ରେମୀ, ସାଙ୍ଗସାଥି, ପରିବାର ଲୋକେ ତାଙ୍କୁ ନେଇ ଗର୍ବ ଅନୁଭବ କରିବା ସହ ତାଙ୍କ ଉଜ୍ଵଳ ଭଵିଷ୍ୟତ କାମନା କରିଛନ୍ତି । ଭବିଷ୍ୟତରେ ଅନିରୁଦ୍ଧ ଭାରତୀୟ ସେନାରେ ଯୋଗ ଦେଇ ଦେଶ ମାତୃକାର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅନିରୁଦ୍ଧ ୨୦୧୯ ମସିହାରେ ବାଲିଖଣ୍ଡ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିବା ପରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସଫଳତା ହାସଲ କରିଥିଲେ । ଅନିରୁଦ୍ଧ ଚଳିତ ମାସ ଜୁଲାଇ ୧୫ ଓ ୧୬ ତାରିଖରେ ଉତ୍ତରପ୍ରଦେଶ ଠାରେ ଆୟୋଜିତ ଗଣଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଅନିରୁଦ୍ଧ ଜଣେ ଚାଷୀ ପରିବାରର ହୋଇଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ରାଜ୍ୟ ପାଇଁ ଖେଳି ଗୌରବ ଆଣିଛନ୍ତି ।

ଓଡିଶା କ୍ରୀଡା ହବ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାତୀୟ ସ୍ତରରେ ଚମକିଛନ୍ତି ଓଡିଆ ଆଥଲେଟ । କିଛି ଦିନ ତଳେ F.I.V.A ଦ୍ୱାରା ପରିଚାଳିତ ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିଆନସିପରେ ଭାଗ ନେଇ ଗୌରବ ଆଣିଥିଲେ କେନ୍ଦ୍ରାପଡା ଜିଲ୍ଲାର ପୁଅ ରଜାକ । ଏହି ଯୁବ ଖେଳାଳୀଙ୍କ ସଂଘର୍ଷମୟ ଜୀବନକୁ ନେଇ ସବୁଆଡେ ଚର୍ଚ୍ଚା ହୋଇଥିଲା ।

ଇଟିିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.