ETV Bharat / state

ଚିତ୍ରଶିଳ୍ପୀଙ୍କ ରଙ୍ଗତୁଳୀରେ ମା'

author img

By

Published : Oct 13, 2021, 7:26 AM IST

ରଙ୍ଗ ତୁଳୀରେ ମା'ଙ୍କୁ ଆଙ୍କିଲେ ବାଲେଶ୍ବରର ଯୁବ ଚିତ୍ରଶିଳ୍ପୀ । ମହିଷାସୁରକୁ ବଦ୍ଧ କଲା ଭଳି କୋରୋନା ରୂପୀ ରାକ୍ଷସର ବିନାଶ କରିବାକୁ ଚିତ୍ର ଜରିଆରେ କଲେ ନିବେଦନ । ଅଧିକ ପଢନ୍ତୁ...

ଚିତ୍ରଶିଳ୍ପୀଙ୍କ ରଙ୍ଗତୁଳୀରେ ମା'
ଚିତ୍ରଶିଳ୍ପୀଙ୍କ ରଙ୍ଗତୁଳୀରେ ମା'

ବାଲେଶ୍ବର: ଗୋଟିଏ ଦିନ ପରେ ଦଶହରା । ପୂଜା ପାଇବେ ମା' ଦୁର୍ଗତିନାଶିନୀ । ଏନେଇ ପୁରଠୁ ପଲ୍ଲୀ ସବୁ ଚଳଚଞ୍ଚଳ । କଟକଣା ମଧ୍ୟରେ ବିଭିନ୍ନ ମଣ୍ଡପରେ ମାଆଙ୍କ ପୂଜା ବିଧି ଚାଲିଥିବାବେଳେ ନିଜ ରଙ୍ଗ ତୁଳୀରେ ମା'ଙ୍କୁ ଜୀବନ୍ତ କରିଛନ୍ତି ବାଲେଶ୍ବର ଚିତ୍ରଶିଳ୍ପୀ । ମା'ଙ୍କ ପ୍ରତିଛବି ଚିତ୍ରଣ କରି ସେ ଏହା ଜରିଆରେ ସାମାଜିକ ବାର୍ତ୍ତା ଦେଇଛନ୍ତି । ଏହି ଚିତ୍ରଶିଳ୍ପୀ ଜଣଙ୍କ ହେଉଛନ୍ତି ବାଲେଶ୍ବର ବାରବାଟୀ ଅଞ୍ଚଳର ଇପ୍ସିତା ଦେ । ତାଙ୍କର ଏଭଳି ଚିତ୍ରଣ ପରେ ତାଙ୍କୁ ଖୁବ୍ ପ୍ରଶଂସା ମିଳିଛି ।

ଚିତ୍ରଶିଳ୍ପୀଙ୍କ ରଙ୍ଗତୁଳୀରେ ମା'

ସେ ଚିତ୍ରରେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମା' ଦୁର୍ଗାଙ୍କ ରୂପେ ଓ ମହିଷାସୁରକୁ କୋରୋନା ଭାଇରସ ରୂପେ ଚିତ୍ରଣ କରିଛନ୍ତି । ଏଥିସହ ମା ଦୁର୍ଗା ହାତରେ ସାବୁନ, ସାନିଟାଇଜର ଓ ମାସ୍କ ଧରିଥିବାର ଚିତ୍ରରେ ଦେଖାଯାଇଛି । ମା ମହାମାୟୀ ଯେଉଁଭଳି ଭାବେ ମହିଷାସୁର ସଂହାର କରି ପାପାର ବିନାଶ କରିଥିଲେ ସେହିପରି ଦୁର୍ଗା ରୂପକ ସ୍ବାସ୍ଥ୍ୟକର୍ମୀ କୋରୋନାକୁ ନାଶ କରି ମଣିଷ ସମାଜକୁ ରକ୍ଷା କରିବାକୁ ଇପ୍ସିତା ପ୍ରାର୍ଥନା କରିଛନ୍ତି । ଏହା ସଙ୍ଗେ ସଙ୍ଗେ ସେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ନିଜର ସମ୍ମାନ ଜଣାଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.