ETV Bharat / state

ବାଲେଶ୍ବରର ବିଭିନ୍ନ ସ୍ଥାନରେ ବାହୁଡାଯାତ୍ରା

ବାଲେଶ୍ବରର ବିଭିନ୍ନ ସ୍ଥାନରେ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 12, 2019, 10:00 PM IST

ବାଲେଶ୍ବର: ରେମୁଣା ଇମାମୀ ନଗର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । 9 ଦିନ ମାଉସୀ ମା ଘରେ ରହିବା ପରେ ମହାବାହୁଙ୍କୁ ରଥରେ ବସାଇ ଭକ୍ତମାନେ ବଡ଼ଦେଉଳ ଅଭିମୁଖେ ଟାଣି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଇମାମୀ ନଗରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରଥରେ ଛେରାପହଁରା କରିଥିଲେ । ଏହାପରେ ରଥରେ ଦଉଡ଼ି ସଂଯୋଗ ଯାଇ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ମହାଆନନ୍ଦରେ ମହାପ୍ରଭୁଙ୍କ ରଥ ଟାଣି ନେଇଥିଲେ । ମହାପ୍ରଭୁଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାରର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେହିପରି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଛି । ଏଠାରେ ଶନିବାର ଓ ରବିବାର ଦୁଇଦିନ ରଥଟଣା ଅନୁଷ୍ଠିତ ହେବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.