ବାଲେଶ୍ବର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
ଏହାବି ପଢନ୍ତୁ: ଗମ୍ଭୀର ହେଉଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ
ପ୍ରଭାବିତ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହାସହିତ ବନ୍ୟା ବିପନ୍ନ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଆଶାକର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ କାଳରୋହି ଗାଁର 200 ପରିବାର ପାଣି ଘେରରେ ରହିଛନ୍ତି । ସେମାନଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆଶାମାନେ ହାଲୋଜିନ ଟାବଲେଟ ସାଙ୍ଗକୁ ଓଆରଏସ(ORS)ବାଣ୍ଟୁଛନ୍ତି । ଏହାସହ ବନ୍ୟା ବିପନ୍ନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଇଟିଭି ଭାରତ, ବାଲେଶ୍ବର