ETV Bharat / state

ନାହିଁ ଭୂତାଣୁ ଭୟ, ମଶାଣିରେ ମୃତଦେହଙ୍କ ବନ୍ଧୁ ବ୍ରଜ ଭାଇ

author img

By

Published : May 8, 2021, 10:51 PM IST

କୋରୋନା ମୃତକଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆଗଭର ବାଲେଶ୍ବର ସହରର ଅରଡ଼ ବଜାର ଅଞ୍ଚଳର ଅରୁଣ କୁମାର କର ଓରଫ ବ୍ରଜ ଭାଇ । ଅଧିକ ପଢନ୍ତୁ...

ମଶାଣିରେ ମୃତ ବ୍ୟକ୍ତିଙ୍କ ବନ୍ଧୁ ବ୍ରଜ ଭାଇ
ମଶାଣିରେ ମୃତ ବ୍ୟକ୍ତିଙ୍କ ବନ୍ଧୁ ବ୍ରଜ ଭାଇ

ବାଲେଶ୍ବର: ବର୍ତ୍ତମାନ ସମୟରେ ମଣିଷ ମଣିଷର ବନ୍ଧୁ ହୋଇପାରୁ ନଥିବା ବେଳେ ମଶାଣିରେ କିନ୍ତୁ, ମୃତଦେହର ବନ୍ଧୁ ସାଜିଛନ୍ତି ଜଣେ ମଣିଷ । ସେ ଚିହ୍ନା ହେଉ କି ଅଚିହ୍ନା, ସବୁ ମୃତଦେହ ସତ୍କାର କରି ସତେ ଯେମିତି ତାଙ୍କୁ ମିଳେ ଆତ୍ମଶାନ୍ତି । କୋରୋନା କାଳରେ ଅନବରତ କରି ଚାଲିଛନ୍ତି ମୃତଦେହର ଅନ୍ତିମ ସତ୍କାର । ସେମିତି ମଶାଣିରେ ମୃତବ୍ୟକ୍ତିଙ୍କ ବନ୍ଧୁ ସାଜିଥିବା ମଣିଷ ହେଉଛନ୍ତି ବାଲେଶ୍ଵର ସହରର ଅରଡ଼ ବଜାର ଅଞ୍ଚଳର ଅରୁଣ କୁମାର କର ଓରଫ ବ୍ରଜ ଭାଇ ।

ନାହିଁ ଭୂତାଣୁ ଭୟ, ମଶାଣିରେ ମୃତଦେହଙ୍କ ବନ୍ଧୁ ବ୍ରଜ ଭାଇ
ନୁଣିଆଯୋଡି ଠାରେ ଥିବା ମୁକ୍ତିଦ୍ୱାର ପ୍ରତିଷ୍ଠା ହେବା ଦିନଠୁ ବ୍ରଜ ଭାଇଙ୍କ ଠିକଣା ବଦଳି ଯାଇଛି । ସକାଳ ଠାରୁ ରାତିଯାଏ ବ୍ରଜ ଭାଇ ମଶାଣିରେ ହିଁ ବିତାଇ ଥାନ୍ତି । ତାଙ୍କର ବୟସ ଏବେ 63 ହୋଇଥିବା ବେଳେ ମୃତଦେହ ସତ୍କାର କରିବା ପାଇଁ କେବେବି ସେ କୁଣ୍ଠାବୋଧ ପ୍ରକାଶ କରିନାହାନ୍ତି । ନିଜ ବାପା ମାଙ୍କ ସମାଧି ସଫା କରୁକରୁ ବ୍ରଜ ଭାଇ ଦିନେ ଯେ ମଶାଣି ମଣିଷ ପାଲଟିଯିବେ ସେକଥା କେହି ଜାଣି ନଥିଲେ ।

2010 ମସିହାରୁ ବ୍ରଜ ଭାଇ ମଶାଣିରେ 10 ହଜାରରୁ ଅଧିକ ମୃତଦେହ ସତ୍କାର କରିସାରିଥିବା ସେ କହିଛନ୍ତି । ଏଥିପାଇଁ କେବେ ସେ କାହାକୁ କୌଣସି ପାଉଣା ମାଗି ନାହାନ୍ତି । ଦିନେ ବାଲେଶ୍ୱର ସହରର ଜଣେ ଭଲ ଫଟୋଗ୍ରାଫର ଭାବେ ଜଣାଶୁଣା ବ୍ରଜ ଭାଇଙ୍କ ଠିକଣା ଓ ପରିଚୟ ଆଜି ବଦଳି ଯାଇଛି । ଫଟୋ ଗ୍ରାଫରରୁ ବ୍ରଜ ଭାଇ ଆଜି ମୃତଦେହଙ୍କ ବନ୍ଧୁ ପାଲଟି ଯାଇଛନ୍ତି । ତାଙ୍କର ଏମିତି ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ସବୁଠୁ ବଡ଼ କଥା ହେଲା ମହାମାରୀ କରୋନା ବେଳେ ମଧ୍ୟ ମୃତଦେହ ସତ୍କାରରେ ବ୍ୟସ୍ତ ରହିଛନ୍ତି ବ୍ରଜ । ବର୍ତ୍ତମାନ ମୁକ୍ତିଦ୍ୱାରରେ କୋଭିଡ ରୋଗୀଙ୍କ ମୃତଦେହ ସତ୍କାର କରାଯାଉଥିବା ବେଳେ ବ୍ରଜଙ୍କ ମନରେ ନା ଅଛି କୌଣସି ଭୂତାଣୁ ନା ଅଛି ଟିକେ ଭୟ । ବାପା-ମାଙ୍କୁ ସ୍ମରଣ କରି ମୃତଦେହରେ ଅଗ୍ନି ସଂଯୋଗ କରିବା ବେଳେ ବ୍ରଜଙ୍କ ସବୁ ଭୟ ଦୂରେଇ ଯାଏ । ଜୀବନର ଶେଷ ନିଶ୍ୱାସ ଥିବା ଯାଏଁ ବ୍ରଜ ଭାଇ ଏମିତି ମୃତଦେହଙ୍କ ବନ୍ଧୁ ସାଜି ସତ୍କାର କାର୍ଯ୍ୟ କରି ଚାଲିଥିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.