ETV Bharat / state

ପାର୍ବଣ ଋତୁରେ ହଜିଯାଇଛି ଖୁସି, ବେପାର ନଥିବାରୁ କାରିଗର ଆଖିରେ ଲୁହ - କୋରୋନା ପ୍ରଭାବ

କୋରୋନା ଯୋଗୁଁ ଫିକା ପଡିଛି ପର୍ବପର୍ବାଣୀ । ଫଳରେ ପାର୍ବଣ ଋତୁ ଉପରେ ନିର୍ଭର କରୁଥିବା କାରିଗର ଏବେ ଦୁର୍ଦ୍ଦିନରେ । ସେମିତି ଏକ କୁଶଳୀ ସୋଲ କାରିଗରଙ୍କ ବେସାହାରା ଚିତ୍ର ସାମ୍ନାକୁ ଆସିଛି । ବାଲେଶ୍ଵର ଜିଲ୍ଲାର ରେଲୱେ କଲୋନୀ ଅଞ୍ଚଳରେ ରହନ୍ତି ସୋଲ କାରିଗର ଦେବ କୁମାର ଦାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନାହିଁ ବେପାର, ଚିନ୍ତାରେ କାରିଗର ଦେବ କୁମାର
ନାହିଁ ବେପାର, ଚିନ୍ତାରେ କାରିଗର ଦେବ କୁମାର
author img

By

Published : Nov 26, 2020, 7:58 PM IST

ବାଲେଶ୍ବର: କରୋନା ମହାମାରୀ ଛଡାଇ ନେଇଛି ଅନେକ ଲୋକଙ୍କ ବୃତ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ପର୍ବପର୍ବାଣି ଉପରେ ନିର୍ଭର କରି ବଞ୍ଚୁଥିଲେ ଏବେ ସେମାନେ ରୋଜଗାର ହରାଇ ବେସାହାରା ହୋଇ ଯାଇଛନ୍ତି । ସେମିତି ଏକ କୁଶଳୀ ସୋଲ କାରିଗରଙ୍କ ବେସାହାରା ଚିତ୍ର ସାମ୍ନାକୁ ଆସିଛି ।

ନାହିଁ ବେପାର, ଚିନ୍ତାରେ କାରିଗର ଦେବ କୁମାର

ବାଲେଶ୍ଵର ଜିଲ୍ଲାର ରେଲୱେ କଲୋନୀ ଅଞ୍ଚଳରେ ରହନ୍ତି ସୋଲ କାରିଗର ଦେବ କୁମାର ଦାସ । ସୋଲ କାଟି ସେ ତିଆରି କରିଥାନ୍ତି ଅନେକ ଆକର୍ଷଣୀୟ ସାମଗ୍ରୀ । ଫଳରେ ପୂଜା ପର୍ବରେ ସାଜସଜ୍ଜା ପାଇଁ ଦେବକୁମାରଙ୍କୁ ଖୋଜା ପଡ଼େ। ସେ ନିଜ ହାତରେ ମେଢ଼ ସଜେଇ ଅନେକ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି। ଗଣେଶ ପୂଜା ଠାରୁ ଆରମ୍ଭ କରି ଡଙ୍ଗାଭସା ଯାଏଁ ସୋଲ କାରିଗରୀ କାର୍ଯ୍ୟରେ ଦେବକୁମାର ବେଶ ବ୍ୟସ୍ତ ରହିଥାନ୍ତି । ଏପଟେ ପୁଅକୁ ଦେବକୁମାରଙ୍କ ମା' ସାହାଯ୍ୟ କରିଥାନ୍ତି । ଆଉ ଏହି ସୋଲ ତିଆରି ସାମଗ୍ରୀ ବିକ୍ରି କରି ଓ ପୂଜାପର୍ବରେ ସୋଲରେ ମେଢ଼ ତିଆରି କରି ଦେବକୁମାରଙ୍କ ପରିବାର ବେଶ ଖୁସିରେ ଚଳେ । କିନ୍ତୁ ଏବେ ପରିସ୍ଥିତି ଆଉ ସେହିଭଳି ରହି ନାହିଁ ।

କୋରୋନା କଟକଣା ଏବେ ଦେବକୁମାରଙ୍କ ପରିବାର ଉପରେ ଦାଉ ସାଧିଛି । ଏଥର ପୂଜାପର୍ବ ପାଇଁ ଅନୁମତି ନଥିବାରୁ ସାଜସଜ୍ଜା ପାଇଁ ଦେବକୁମାରଙ୍କୁ ନା ଆସିଛି ଡାକରା ନା କାର୍ତ୍ତିକ ପୂର୍ଣ୍ଣାମାରେ ଡଙ୍ଗା ଭସା ପାଇଁ ଆସୁଛି ଡଙ୍ଗା ତିଆରିର ଅର୍ଡର । ପୂର୍ବରୁ ଡଙ୍ଗା ତିଆରି କରିବାକୁ ରାତି ରାତି ଚେଇଁ ରହୁଥିବା ଦେବକୁମାର ଚଳିତ ବର୍ଷ ମାତ୍ର ହାତ ଗଣତି କେତୋଟି ଡଙ୍ଗା ତିଆରି କରିଛନ୍ତି । ତାହା ବି ବିକ୍ରି ହେବକି ନାହିଁ ସେ ସନ୍ଦେହରେ ରହିଛନ୍ତି। ଫଳରେ କଷ୍ଟେମଷ୍ଟେ 10 ପ୍ରାଣୀ ଜୀବନ ଅତିବାହିତ କରୁଛନ୍ତି ।

ଏପଟେ କେବଳ କୋରୋନା ତାଙ୍କୁ କନ୍ଦାଉ ନାହିଁ । କିଛି ମାସ ପୂର୍ବେ ଆସିଥିବା ଅମ୍ଫାନ ବାତ୍ୟା ବି ମୁଣ୍ଡରୁ ଛାତ ଖଣ୍ଡିକ ଛଡାଇ ନେଇଛି । ଫଳରେ ଦେବ କୁମାରଙ୍କ ପରିବାର ଭଙ୍ଗା ଘରେ ଦିନ କଟାଉଛନ୍ତି । ଅନେକ ଗୁହାରି ପରେ ବି ଏମାନଙ୍କ ଦୁଃଖ କାହାରି କାନରେ ପଡ଼ି ପାରିନାହିଁ । ଫଳରେ ଜୀବିକା ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାର ଚିନ୍ତା ଘାରିଛି ଏହି ପରିବାରର ଲୋକଙ୍କୁ ।

ସତରେ ଏ କୋରୋନା ମହାମାରୀ ଅନେକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବ ପକାଇଛି । ଯାହା କେବଳ ଜୀବିକା ହରାଇଥିବା ବ୍ୟକ୍ତି ହିଁ ଅନୁଭବ କରି ପାରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.