ETV Bharat / state

30ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - ବ୍ରାଉନସୁଗାର ଜବତ

ବାଲେଶ୍ବରରେ 305 ଗ୍ରାମର ବ୍ରାଉନ ସୁଗାର ଜବତ । ଯାହାର ମୂଲ୍ୟ 30 ଲକ୍ଷ ଟଙ୍କା ହୋଇଥିବାବେଳେ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 16, 2019, 10:21 AM IST

Updated : Oct 16, 2019, 1:10 PM IST

ବାଲେଶ୍ବର: ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗାର । କେନ୍ଦ୍ରୀୟ ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢାଉ କରାଯାଇ 305 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୂମାନିକ ମୂଲ୍ୟ 30 ଲକ୍ଷରୁ ଉର୍ଦ୍ଧ୍ବ ହେବା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜଳେଶ୍ବର ଷ୍ଟେସନ ବଜାର ସ୍ଥିତ ସେକ ବାଡି ଅଞ୍ଚଳରେ କେନ୍ଦ୍ରୀୟ ଅବକାରୀ ବିଭାଗ ୟୁନିଟ-2 ଓ ଜଳେଶ୍ବର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ବେଳେ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବିଭାଗ ।

ଗିରଫ ବ୍ୟକ୍ତି ଜଣକ ହେଲେ ସେକ ବାଡି ଅଞ୍ଚଳର ସପନ କୁମାର ପ୍ରଧାନ । ସପନ ଦୀର୍ଘ 2 ବର୍ଷ ଧରି ଚୁଇଁ ନାମକ ଜଣେ ଯୁବକକୁ ଭଡାରେ ରଖିଥିଲେ । ଯିଏ ବ୍ରାଉନ ସୁଗାର ବେପାରରେ ଜଡିତ ଥିଲା । ସେପଟେ, ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାରେ ଅସମର୍ଥ ହୋଇଥିବାବେଳେ ଘରମାଲିକକୁ ଗିରଫ କରିଛି ଅବକାରୀ ବିଭାଗ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗର। କଟକ ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍ 2 ଦ୍ଵାରା ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ ସୁଗର ଜବତ ହୋଇଛି। ଜବତ ବ୍ରାଉନ ସୂଗାର୍ 305 ଗ୍ରାମ ହୋଇଥିବା ବେଳେ ଯାହାର ମୂଲ୍ୟ 30 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ଜଳେଶ୍ବର ଷ୍ଟେସନ ବଜାର ସ୍ଥିତ ସେକ ବାଡି ଅଂଚଳ ରେ ଜଳେଶ୍ବର ଅବକାରୀ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ର ମିଳିତ ଚଢଉ କରାଯାଇଥିଲା। ବ୍ରାଉନ ସୁଗର ଜବତ ସହ ଜଣେ ବ୍ଯକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେକ ବାଡି ଅଞ୍ଚଳର ସପନ କୁମାର ପ୍ରଧାନ। ସପନ ଦୀର୍ଘ 2 ବର୍ଷ ହେବ ଚୁଇଁ ନାମକ ଜଣେ ଯୁବକ କୁ ଘର ଭଡ଼ା ଦେଇ ଥିଲା । ବ୍ୟବସାୟ ରେ ସଂପୃକ୍ତ ଯୁବକ କୁ ଅବକାରୀ ବିଭାଗ ଧରିବାରେ ଅସମର୍ଥ ହୋଇଥିବା ବେଳେ କେବଳ ଘରମାଲିକ ସପନ ପ୍ରଧାନ କୁ ଧରିବାରେ ସମର୍ଥ ହୋଇଛି।Conclusion:
Last Updated : Oct 16, 2019, 1:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.