ETV Bharat / state

ANM ଛାତ୍ରୀଙ୍କୁ ମିଳୁନି ସୁବିଧା, ଧାରଣାରେ ବସି ମାଗିଲେ ହକ୍

author img

By

Published : Sep 1, 2021, 9:12 PM IST

ବିଭିନ୍ନ ସୁବିଧା ମିଳୁନଥିବା ଅଭିଯୋଗରେ ବାଲେଶ୍ବର ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଏଏନଏମ ଛାତ୍ରୀ । ଅଧିକ ପଢନ୍ତୁ...

ଏଏନଏମ ଛାତ୍ରୀଙ୍କୁ ମିଳୁନି ସୁବିଧା, ଧାରଣାରେ ବସି ମାଗିଲେ ହକ୍

ବାଲେଶ୍ବର: ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଏଏନଏମ ଛାତ୍ରୀଙ୍କ ଧାରଣା । ଦୁଇ ବର୍ଷର ପାଠ ପଢା ସରିଥିଲେ ମଧ୍ୟ ଛାତ୍ରୀଙ୍କୁ ଏ ଯାଏଁ ହଷ୍ଟେଲ ସୁବିଧା ମିଳିନାହିଁ । ଏଥିସହ ପ୍ରାକ୍ଟିକାଲ କରିବାର ସୁଯୋଗ ମଧ୍ୟ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ଧାରଣାରତ ଛାତ୍ରୀ । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସିଡିଏମଓଙ୍କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ସେମାନେ କହିଛନ୍ତି । ଯେଉଁ କାରଣରୁ ଶେଷରେ ଛାତ୍ରୀମାନେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ୨୦୧୯ ମସିହା ଡିସେମ୍ବର ମାସରେ ୩୪ ଜଣ ଛାତ୍ରୀ ଏଏନଏମଟିସି(ଅକ୍ସିଲାର ନର୍ସ ମିଡ ଓ୍ବାଇଫ୍ ଟ୍ରେନିଂ ସେଣ୍ଟର)ରେ ନାମ ଲେଖାଇଥିଲେ । ଏବେ କୋର୍ସ ସରିବାକୁ ଆଉ ତିନି ମାସ ବାକି ରହିଛି । ହେଲେ ସେମାନେ କୌଣସି ପ୍ରକାର ତାଲିମର ସୁବିଧା ପାଇନାହାନ୍ତି ।

କୋରୋନା ଯୋଗୁଁ ପ୍ରଥମ ବର୍ଷ ପାଠପଢା ଅନଲାଇନରେ କରାଯାଇଥିଲା । ଏବେ ଦ୍ବିତୀୟ ବର୍ଷ ପାଠପଢା ଶେଷ ହେବାକୁ ଆସିଲାଣି । ମାତ୍ର ଦୂରରେ ରହୁଥିବା ଛାତ୍ରୀମାନେ ଏ ଯାଏଁ ହଷ୍ଟେଲ ସୁବିଧା ପାଇପାରିନାହାନ୍ତି । ଏମିତିକି ପ୍ରାକ୍ଟିକାଲ କି କମ୍ୟୁନିଟି ଡ୍ୟୁଟି ମଧ୍ୟ କରି ପାରୁନାହାନ୍ତି । ଖାଲି ସେତିକି ନୁହେଁ ମହିଳା ସ୍ବାସ୍ଥ୍ୟକର୍ମୀ ଛାତ୍ରୀଙ୍କୁ ଆଇକାର୍ଡ ଏବଂ ଡ୍ରେସକୋଡ୍ ମିଳି ନଥିବା ମଧ୍ୟ ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.