ETV Bharat / state

ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣା: ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, 7 ଗିରଫ - ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଅଘଟଣ

ଖନ୍ତାପଡ଼ାସ୍ଥିତ ଫାଲକନ ମେରାଇନ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ମାମଲା । ଫ୍ର୍ୟାକ୍ଟ୍ରିକୁ ସିଲ୍ କରିବା ସହ ଖନ୍ତାପଡା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇ 7ଜଣଙ୍କୁ ଗିରଫ କରାଯାଇଛି ।

ଫାଲକନ ପ୍ଲାଣ୍ଟରେ ଗ୍ୟାସ ଲିକ, 15ରୁ ଉର୍ଦ୍ଧ୍ୱ ଅସୁସ୍ଥ
author img

By

Published : Nov 13, 2019, 10:51 PM IST

Updated : Nov 14, 2019, 2:48 PM IST

ବାଲେଶ୍ଵର: ଖନ୍ତାପଡ଼ାସ୍ଥିତ ଫାଲକନ ମେରାଇନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ବଡ ଅଘଟଣ । ଗ୍ୟାସ ଲିକ ହୋଇ 98 ଜଣ ବାଲେଶ୍ବର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲା ପରେ ଫାଇକନ ମେରାଇନକୁ ସିଲ୍ କରାଯାଇଛି । ଗୁରୁବାର ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ ପହଞ୍ଚି ସ୍ଥିତି ସମୀକ୍ଷା କରିବେ । ଏପଟେ ଏ ନେଇ ଖନ୍ତପଡା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇ 7ଜଣଙ୍କୁ ଗିରଫ କରାଯାଇଛି । ଶିଶୁ ଶ୍ରମିକଙ୍କୁ କାମ କରାଉଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହାସହ କେସ ନମ୍ବର 258/19 ଅନ୍ତର୍ଗତ ଆଇପିସି ଧାରା 308, 324, 326, 294, 358, 14, 35ରେ ଗିରଫ କରାଯାଇଛି ।

ବାଲେଶ୍ବର ଫାଲକନ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ

ତେବେ ଲିକ ହୋଇଥିବା ଗ୍ୟାସ କ୍ଲୋରିନ ବୋଲି କୁହାଯାଇଛି । ତେବେ ଏହା କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷେ ମଧ୍ୟରାତ୍ରରେ ମେଡିକାଲରେ ପହଞ୍ଚିଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ମେଡିକାଲ ପରିଦର୍ଶନ କରି ଅସୁସ୍ଥଙ୍କ ଅବସ୍ଥା ପଚାରି ବୁଝିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡିଛି । ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଶିଶୁ ଶ୍ରମିକ କାମ କରିବା ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୟୂରଭଞ୍ଜ ଓ କଟକରୁ ଡାକ୍ତର ବାଲେଶ୍ଵର ମେଡିକାଲରେ ପହଞ୍ଚିଥିବା ଜଣାପଡିଛି ।

ବୁଧବାର ସନ୍ଧ୍ୟା 8ଟାବେଳେ ହଠାତ ଗ୍ୟାସ ଲିକ ହୋଇଥିଲା । ଏହି ସମୟରେ ଫ୍ୟାକ୍ଟ୍ରିରେ ରହିଯାଇଥିବା ଲୋକଙ୍କ ଭିତରୁ ପ୍ରଥମେ 15 ଜଣ ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଖନ୍ତାପଡା ମେଡିକାଲ ନିଆଯାଇଥିଲା । ପରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମେଡିକାଲରେ ଥିବା ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା ।

ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ କିଛି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଫେରାଇ ଦିଆଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି । ଏ ନେଇ ମେଡିକାଲ ପ୍ରଶାସନ ପକ୍ଷରୁ ଅସୁସ୍ଥଙ୍କୁ ବ୍ୟାପକ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ନର୍ସ ଏବଂ ଡାକ୍ତରଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷେ ଗୁରୁବାର ସନ୍ଧ୍ୟା ସୁଦ୍ଧା କର୍ମଚାରୀଙ୍କୁ ଡିସଚାର୍ଜ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ ଯୋଗୁଁ 15ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ପ୍ଲାଣ୍ଟରେ ପ୍ରସେସିଂ ଚାଲିଥିବା ବେଳେ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଥିଲା। ଗ୍ୟାସର ପ୍ରଭାବରେ ସେଠାରେ କାମ କରୁଥିବା କର୍ମଚାରୀମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହାସହ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।Conclusion:
Last Updated : Nov 14, 2019, 2:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.