ETV Bharat / state

ଔଷଧ କିଣିବା ବେଳେ ସାବଧାନ, ବଜାରରେ ମିଳୁଛି ନକଲି ଔଷଧ !

ବାଲେଶ୍ବର ଜିଲ୍ଲାରେ ନକଲି ଔଷଧ ମିଳିବା ନେଇ ସାଂଘାତିକ ଅଭିଯୋଗ । ରୁପ୍ସା ଓ ଜଳେଶ୍ୱର ଅଞ୍ଚଳରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

duplicate medicine in balasore
ବାଲେଶ୍ବରରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ
author img

By

Published : May 26, 2023, 10:56 PM IST

ବାଲେଶ୍ବରରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ

ବାଲେଶ୍ବର: ଜୀବନ ବଞ୍ଚାଉଥିବା ଔଷଧ ଏବେ ଜୀବନ ହାନୀ ଭଳି ଲାଗୁଛି । ଏଲୋପ୍ୟାଥିକ ଔଷଧର ବହୁଳ ବ୍ୟବହାର ଯୋଗୁଁ ଏବେ ଡ୍ରଗ ମାଫିଆମାନେ ବେଶ ସକ୍ରିୟ ହେବାରେ ଲାଗିଛନ୍ତି । ବାଲେଶ୍ଵରରେ ନକଲି ଔଷଧ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

ଡାକ୍ତରମାନେ ଲେଖୁଥିବା ଔଷଧ ଏବେ ନକଲି ହେଉଥିବା ଅଭିଯୋଗ ହୋଇଛି । ଔଷଧ କମ୍ପାନୀକୁ ସୁହାଉଥିବା ଭଳି ଔଷଧ ଡାକ୍ତର ସେମାନଙ୍କ ପ୍ରେସକ୍ରିପ୍ସନରେ ଲେଖୁଥିବା କଥା ଅନେକ ସମୟରେ ଅଭିଯୋଗ ଉଠିଥାଏ । ଏହାରି ଭିତରେ ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ପଶ୍ଚିମବଙ୍ଗରୁ ନକଲି ଔଷଧ ବା ସ୍ପୁରିଅସ ଔଷଧ ଆସୁଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ପ୍ରାୟ 15 ହଜାରରୁ ଅଧିକ ଔଷଧ ଦୋକାନ ରହିଥିବା ବେଳେ ରୁପ୍ସା ଓ ଜଳେଶ୍ୱର ଅଞ୍ଚଳରେ ନକଲି ଔଷଧ ବିକ୍ରି କରାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ।

ସ୍ପୁରିଅସ ଔଷଧ କଣ ?

ଫାର୍ମାସିଷ୍ଟ ଅରବିନ୍ଦ ପାଲ କହିଛନ୍ତି, "କିଛି ଔଷଧରେ ଦୁଇଟି ଓ କିଛି ଔଷଧରେ 5ଟି ଉପାଦେୟ ରହିଥାଏ । ଏହାସହ ଉକ୍ତ ଔଷଧର ପାୱାର କମେଇ ଦିଆଯାଇ ଅଳ୍ପ ପାୱାରରେ ଦିଆଯାଇ ସେଥିରେ କୌଣସି ବ୍ୟାଚ ନମ୍ବର ନରଖି ଡ୍ରଗ ମାଫିଆମାନେ ବଜାରକୁ ଛାଡିଥାନ୍ତି । ଯାହାଦ୍ୱାରା ରୋଗ ଅନୁସାରେ ଏହି ଔଷଧ ଖାଉଥିବା ରୋଗୀର ରୋଗ ଭଲ ହୋଇନଥାଏ ଓ ସେ ଖର୍ଚ୍ଚାନ୍ତ ହୋଇଥାଏ । ଠିକ ସେମିତି ଏହି ପ୍ରକାର ଔଷଧ ଏବେ ଜୀବନ ରକ୍ଷା କରୁଥିବା ଔଷଧ ଭିତରେ ପ୍ରବେଶ କଲାଣି । ଡାଇବେଟିସ, ହାର୍ଟ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧରେ ମଧ୍ୟ ନକଲି ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହି ନକଲି ବା ସ୍ଫୁରିଅସ ଔଷଧର କୌଣସି ବିଲ କିମ୍ବା ବ୍ୟାଚ୍‌ ନମ୍ବର ରହୁ ନଥିବା କାରଣରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେଉନାହିଁ ।"

ଅନ୍ୟପଟେ ଏହି ପ୍ରକାର ଔଷଧ ବଜାରରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଅଭିଯୋଗ ଆସୁଛି । ଯେଉଁଥିରେ ଅଧିକ ମୁନାଫା ଥିବାରୁ କିଛି ଆସାଧୁ ବ୍ୟବସାୟୀ ଔଷଧ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଗୋଟିଏ ପଟେ ସରକାର ଜେନେରିକ ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେବି ଅନେକ ଔଷଧ ସରକାରୀ ସ୍ତରରେ ଯୋଗାଇ ଦିଆଯାଇ ପାରୁନାହିଁ । ଏଥିପାଇଁ ରୋଗୀମାନେ ବାହାରୁ ଔଷଧ କିଣି ସୁସ୍ଥ ହେଉଛନ୍ତି । ଅନ୍ୟପଟେ ଅଲ୍‌ ଇଣ୍ଡିଆ ଡ୍ରଗ୍‌ କାଉନ୍ସିଲ ସ୍ୱୀକୃତି ପ୍ରାପ୍ତ ଔଷଧ କମ୍ପାନୀଗୁଡିକ ତିଆରି କରୁଥିବା ଔଷଧର ମାନ ବହୁବାର ପରୀକ୍ଷା ନିରୀକ୍ଷା କରି ବଜାରକୁ ଆସିଥାଏ । କିନ୍ତୁ ଡ୍ରଗ୍‌ ମାଫିଆମାନେ ଉକ୍ତ ନାମିଦାମୀ କମ୍ପାନୀର ନକଲ କରି ଭେଜାଲ ଔଷଧ ବଜାରକୁ ଛାଡ଼ୁଛନ୍ତି । ଯାହାଦ୍ୱାରା ଉପଯୁକ୍ତ ପ୍ରମାଣପତ୍ର ପାଇଥିବା ନାମିଦାମୀ କମ୍ପାନୀମାନେ ମଧ୍ୟ ଏଥିପାଇଁ କ୍ଷତି ସହୁଛନ୍ତି ବୋଲି କହିଛନ୍ତି ଜଣେ ମେଡ଼ିସିନ ରିପ୍ରେଜେଣ୍ଟିଭ କହିଛନ୍ତି ।

ଅନ୍ୟପଟେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି ଯେ, ରୁପ୍ସା ଓ ଜଳେଶ୍ୱର ଅଞ୍ଚଳରେ ଏମିତି ଔଷଧ କାରବାର ସମ୍ପର୍କରେ ଅଭିଯୋଗ ଆସିଥିଲା । ଯଦି କୌଣସି ସ୍ଥାନରେ ନକଲି ଔଷଧ ସାମ୍ନାକୁ ଆସେ ତେବେ ଏ ବାବଦରେ ସୂଚନା ମିଳିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ଏମିତି ନକଲି ତଥା ସ୍ପୁରିଅସ ଔଷଧ କାରବାର ପାଇଁ କାହାକୁ ଦାୟୀ କରାଯିବ । ଯେଉଁଠି ଜଣେ ସାଧାରଣ ରୋଗୀ ଅଳ୍ପ ପଇସାରେ ଭଲ ହୋଇ ପାରିବ, ସେଠି ଯଦି କୌଣସି ନକଲି ଔଷଧ ଦିଆଯାଏ ତେବେ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଜନସାଧରଣ ଚିନ୍ତାରେ ପଡ଼ିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.