ବାଲେଶ୍ବର:ବର୍ଷ ଆରମ୍ଭରୁ ଜିଲ୍ଲାରେ ଦେଖାଦେଇଛି ଚୋରଙ୍କ ଉପଦ୍ରବ । ଜିଲ୍ଲାର ଚାନ୍ଦିପୁର ଥାନା ଅଧୀନସ୍ଥ ବଳରାମଗଡି ଗଙ୍ଗାମାତା ମନ୍ଦିରରୁ ଶନିବାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ଥିବା ହୁଣ୍ଡିରୁ ନଗଦ ଟଙ୍କା ଚୋରି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଶୁକ୍ରବାର ରାତିରେ ବଳରାମଗଡି ଗଙ୍ଗାମାତା ମନ୍ଦିରର ପୂଜକ ପୂଜା ସାରି ପୂଜକ ଘରକୁ ଯାଇଥିଲେ । ଶନିବାର ସକାଳ ସମୟରେ ସ୍ଥାନୀୟ ଲୋକମାନେ ମନ୍ଦିର କବାଟ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ମନ୍ଦିରରେ ଥିବା ହୁଣ୍ଡିରୁ ନଗତ 2 ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଚାନ୍ଦିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ