ETV Bharat / state

ବେଆଇନ ଭାବେ ଶ୍ରମକାର୍ଡ ହୋଇଥିବା ଅଭିଯୋଗ - ବେଆଇନ ଭାବେ ଶ୍ରମକାର୍ଡ ହୋଇଥିବା ଅଭିଯୋଗ

ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବେଆଇନ ଭାବେ ଶ୍ରମ କାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦିଆଯାଇଛି । ଏମିତି ଜାଲିଆତିର ତୁରନ୍ତ ତଦନ୍ତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସାମାଜିକ ନ୍ୟାୟ ଅଧିକାର ମଞ୍ଚ । ଅଧିକ ପଢନ୍ତୁ

ବେଆଇନ ଭାବେ ଶ୍ରମକାର୍ଡ ହୋଇଥିବା ଅଭିଯୋଗ
ବେଆଇନ ଭାବେ ଶ୍ରମକାର୍ଡ ହୋଇଥିବା ଅଭିଯୋଗ
author img

By

Published : Jun 27, 2022, 6:35 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବେଆଇନ ଭାବେ ଶ୍ରମ କାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦିଆଯାଇଛି । ବିଶେଷ କରି କରୋନା ସମୟରେ ଏମିତି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଏମିତି ଜାଲିଆତିର ତୁରନ୍ତ ତଦନ୍ତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସାମାଜିକ ନ୍ୟାୟ ଅଧିକାର ମଞ୍ଚ ।

ବେଆଇନ ଭାବେ ଶ୍ରମକାର୍ଡ ହୋଇଥିବା ଅଭିଯୋଗ

ମଞ୍ଚ ପକ୍ଷରୁ ଗାନ୍ଧି ସ୍ମୃତି ଭବନ ନିକଟରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କରୋନା ସମୟରେ 52 ହଜାର 117 ଜଣଙ୍କର ବେଆଇନ ଭାବେ ଶ୍ରମ କାର୍ଡ ତିଆରି କରି ଅଧିକାରୀମାନେ ମାଲାମାଲ ହୋଇଥିବା ଅଭିଯୋଗ ହୋଇଛି । ଏମିତି ବିକ୍ଷୋଭ ପାଇଁ ମଞ୍ଚ ପକ୍ଷରୁ ନୋଟିସ କରିବା ପରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବଦଳି କରାଯାଇଥିବା ମଞ୍ଚର ସଭାପତି ବିଧାନ ଚନ୍ଦ୍ର ଜେନା କହିଛନ୍ତି । ତେବେ ଏନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.