ETV Bharat / state

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ୩୫ ବର୍ଷୀୟ ଯୁବକକୁ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଛାତ ଉପରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

author img

By

Published : May 9, 2022, 5:26 PM IST

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ୩୫ ବର୍ଷୀୟ ଯୁବକକୁ ରାତିରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଛାତ ଉପରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଯୁବକ ଜଣକ ହେଉଛନ୍ତି ଗୋବିନ୍ଦପୁର ଗାଁର କମଳାକାନ୍ତ ମଳିକ ।

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ରବିବାର ସକାଳେ ନିଜ ଛାତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା କମଳାକାନ୍ତଙ୍କ ୬ ବର୍ଷର ପୁଅ ଦେଖିଥିଲା, ପରେ ପରିବାର ଲୋକଙ୍କୁ ଡାକିଥିଲା । ମୁର୍ମୂଷ ଅବସ୍ଥାରେ କମଳାକାନ୍ତଙ୍କୁ ପ୍ରଥମେ ସୋର ପରେ କଟକ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସୋର ଥାନାରେ ତାଙ୍କ ବାପା ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ ସେହି ଗ୍ରାମର କିଛି ବ୍ୟକ୍ତି ପିଟି ପିଟି ହତ୍ୟା ଉଦ୍ୟମ କରି ଛାତ ଉପରେ ଫିଙ୍ଗି ଦେଇଥିବା ବାପା ଲିଖିତ ଅଭିଯୋଗ କରିବା ପରେ ତିନିଜଣକୁ ଅଟକ ରଖି ପଚରାଉଚୁରା କରୁଛି ସୋର ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.