ETV Bharat / state

LED ଲାଇଟ ଟେଣ୍ଡରରେ ଦୁର୍ନୀତି ଗନ୍ଧ: କଂଗ୍ରେସ - ବାଲେଶ୍ବର କଂଗ୍ରେସ

ରାଜ୍ୟର ବିଭିନ୍ନ ଜିଲ୍ଲାରେ LED ଲାଇଟ ଲଗାଇବା ନେଇ ଆହ୍ବାନ ଟେଣ୍ଡରରେ ଦୁର୍ନୀତି ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଭିଯୋଗ କଲା କଂଗ୍ରେସ । ଅଧିକ ପଢନ୍ତୁ...

LED ଲାଇଟ ଟେଣ୍ଡରରେ ଦୁର୍ନୀତି ଗନ୍ଧ: କଂଗ୍ରେସ

author img

By

Published : Jul 7, 2021, 6:42 AM IST

ବାଲେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ LED ଲାଇଟ ଲଗାଇବା ନେଇ ଆହ୍ବାନ ଦିଆଯାଇଥିବା ଟେଣ୍ଡର ରଦ୍ଧ କରିବା ପାଇଁ ଦାବି କରିଛି କଂଗ୍ରେସ । ଏନେଇ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ LED ଲାଇଟ କିଣାରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ଅଭିଯୋଗ କରିଛନ୍ତି ।

ସମୁଦାୟ 29ଟି ଜିଲ୍ଲାରେ LED ଲାଇଟ ଲଗାଇବା ପାଇଁ 29ଟି ଟେଣ୍ଡର ଆହ୍ବାନ କରାଯାଇଛି । ଏହାପାଇଁ 150 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଗାଁଗୁଡିକରେ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ କେତେକ ନିର୍ଦ୍ଦିଷ୍ଟ କମ୍ପାନୀକୁ ପ୍ରୋତ୍ସାହିତ କରାଯାଇଥିବା ଅଭିଯୋଗ ହୋଇଛି । ନୂତନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆନଯାଇ 10 ବର୍ଷ ପୂର୍ବର ନିମ୍ନମାନର ଲାଇଟ ଯୋଗାଣ ନେଇ ଟେଣ୍ଡର ଡ଼କାଯାଇଛି । ଯାହାଦ୍ୱାରା ବିଦ୍ୟୁତ ବିଲ୍ ଅଧିକ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।

LED ଲାଇଟ ଟେଣ୍ଡରରେ ଦୁର୍ନୀତି ଗନ୍ଧ: କଂଗ୍ରେସ

ନୂତନ ଟେକ୍ନୋଲୋଜି ଲାଇଟ ତୁଳନାରେ ପୁରୁଣା ଦିନର ଲାଇଟ ଅଧିକ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାର ସବୁ ଜାଣି ଏମିତି ଟେଣ୍ଡର ଡାକିଥିବା ଅଭିଯୋଗ କରିଛି କଂଗ୍ରେସ । ଟେଣ୍ଡର ପ୍ରକ୍ରିୟାରେ ମାତ୍ର 5ଟି କମ୍ପାନୀଙ୍କୁ ଆହ୍ବାନ ଦିଆଯିବା ଘଟଣାରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା କୁହାଯାଇଛି । ସମାନ ଗୁଣବତ୍ତା ଥିବା ଅନ୍ୟ କୌଣସି କମ୍ପାନୀକୁ ଏଥିରେ ସାମିଲ ନକରିବା ଆହୁରି ସନ୍ଦେହ ଘନୀଭୂତ କରୁଛି । ଏଥିପାଇଁ ଏଭଳି ତ୍ରୁଟିପୂର୍ଣ୍ଣ ଓ ଉଦ୍ଦେଶ୍ୟ ପ୍ରଣୋଦିତ ସର୍ତ୍ତ ରଖି ପ୍ରକାଶିତ ଟେଣ୍ଡର ରଦ୍ଦ କରିବା ପାଇଁ କଂଗ୍ରେସ ଦାବି କରିଛି । ନିର୍ଦ୍ଦିଷ୍ଟ କମ୍ପାନୀଙ୍କୁ ସୁହାଇବା ଭଳି କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା କ୍ଷତି ସହିବାର କାରଣ ପଚାରିଛି କଂଗ୍ରେସ । ଏହାସହ ଜଣେ ସାଂସଦଙ୍କ କମ୍ପାନୀକୁ ରାଜ୍ୟ ସରକାର ଅନୁଗ୍ରହ ଦେଖାଉଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଗୁଣବତ୍ତା ଲାଇଟ ଲଗାଇବା ଓ ବିଦ୍ୟୁତ ଖର୍ଚ୍ଚ କମ ହେଉଥିବା ଲାଇଟ ଲଗାଇବା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବାପାଇଁ କଂଗ୍ରେସ କହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.