ବାଲେଶ୍ବର: ବାଲେଶ୍ବର ପୌର ନିର୍ବାଚନର ଆଜି ଥିଲା ନାମାଙ୍କନ ଦାଖଲର ଶେଷଦିନ । ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ପୌର ଅଧକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ ।
ବାଲେଶ୍ବର ପୌରାଞ୍ଚଳ ଅଧକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ବେଳେ ତିନି ପ୍ରମୁଖ ଦଳ ପାଇଁ ଏହା ଏକ ସମ୍ମାନର ପ୍ରଶ୍ନ ଭାବେ ଛିଡା ହୋଇଛି । ବିଜେଡିରୁ ସବିତା ସାହୁ, କଂଗ୍ରେସରୁ ପ୍ରଜ୍ଞା ପରମିତା ଓ ବିଜେପିରୁ ରଶ୍ମିରେଖା ଦେବ ପୌରାଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ