ବାଲେଶ୍ବର:ବିପୁଳ ପରିମାଣର ଦେଶୀମଦ ଜବତ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି।
ପୁରୁଣା ବାଲେଶ୍ଵର ଅଞ୍ଚଳରେ ପୂର୍ବ ଯୋଜନା ମୁତାବକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ 22 ହଜାର 450 ଲିଟର ପୋଚ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ 22 ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଚଢ଼ାଉ ବେଳେ କେହି ଗିରଫ ହୋଇ ନଥିବା ବେଳେ 3ଟି ମାମଲା ରୁଜୁ କରାଯାଇଛି।
ସେହିପରି ରନ୍ଧା ମଦ ସରଞ୍ଜାମ ଜବତ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ସମେତ ସଦର ତହସିଲଦାର, ଟାଉନ ଥାନା ପୋଲିସ ମିଶି 50 ଜଣିଆ ଟିମ ସାମିଲ ହୋଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ